STORYMIRROR

Sarada Parida

Others

3  

Sarada Parida

Others

ସେଇ ଝିଅ-୧

ସେଇ ଝିଅ-୧

1 min
14.3K


ହସିଦେଲେ ସିଏ ଫୁଲ ଫୁଟିଯାଏ

ରାଗିଲେ ବୈଶାଖ ଆସେ

ମିଛରେ ମିଛରେ ରୁଷିଲେ ସେ ଝିଅ

ଅଦିନ ଫଗୁଣ ଆସେ

କେବେ ସିଏ ରାଗେ କେବେ ସିଏ ରୁଷେ

ସେକଥା ଜାଣୁଛି କିଏ

ଗର ଖିଆଲୀ ସେ ମିଛେ ରଗ ରଗ

ଦେଖେଇ ଦେଖେଇ ହୁଏ

ବୁଲେଇ ବଙ୍କେଇ କହୁଥାଏ କଥା

ସବୁ ଜାଣି ଜାଣେ ନାହିଁ

ଚାହାଣୀରେ କରେ ଭାବ ଦିଆ ନିଆ

ପାଟି କେବେ ଖୋଲେ ନାହିଂ

ଯେତେ ଯେତେ ଭାବେ ଦେଖିବିନି ତାକୁ

ବାଟେ ଯାଉ ଯାଉ ମୁହିଁ

ଅମାନିଆ ଆଖି ଆପେ ଆପେ ଯାଏ

ବୋଲ କେବେ ମାନେ ନାହିଁ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍