STORYMIRROR

Sarada Parida

Others

3  

Sarada Parida

Others

ସେଇ ଆଖି

ସେଇ ଆଖି

1 min
14.5K



ଚାହାଣୀ ନୁହଁ କାହାଣୀ ସିଏ

କେତେଯେ କଥା କୁହେ

ଆଖିରୁ ମୋର ନିଦ ଚୋରାଏ

କେତେ ଯେ ସ୍ବପ୍ନ ଦିଏ


ସାଗର ନୁହଁ ଆକାଶ ନୁହଁ

ନୁହଁ ସେ ତାରା ଦୁଇ

ଲହଡି ନୁହଁ କୁହୁଡି ନୁହଁ

ନୁହଁ ସେ କେଉଁ ନଈ


ତଥାପି ଦେଖେ ସାରା ଆକାଶ

ବଣ ପାହାଡ ନଈ

ସ୍ବପ୍ନ ର ରାଜ୍ୟ ସରଗ ଚାନ୍ଦ

ସେଇ ଆଖିରେ ମୁହିଁ


କେତେ କବିତା ପ୍ରେମ ଲଗନେ

ଆପେ ଯେ ହୁଏ ଲେଖି

କେତେ ରାଗିଣୀ ହୃଦୟେ ବାଜେ

ସେ ଆଖି ଦେଲେ ଦେଖି


କେତେ ଯେ ମାନ

କେତେଯେ ପ୍ରେମ

ସେଇ ଆଖିରୁ ଝରେ

ମରମ ଦହେ ଅନ୍ତର ହେଉ

ସାଥୀ ହୋଇ ସେ ଚାଲେ


ସେଇ ଚାହାଣୀ କହେ କାହାଣୀ

ଜୀବନ ଚିତ୍ରଗୀତି

ତପ୍ତ ମରୁ ଏ ଜୀବନେ ମୋର

ସେ ବର୍ଷାଭିଜା ଏକ ରାତି



©ଶାରଦା ପ୍ରସାଦ ପରିଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍