ସେବା
ସେବା
1 min
266
ଜୀବନଟା ଏକ ରଙ୍ଗମଞ୍ଚ ଏଠି
ସୁଖ ଦୁଃଖ ପଥ ତହିଁ
ମଣିଷଟା ଏଠି ଅଭିନୟ କରେ
ନାଟ କରି ପେଟ ପାଇଁ l
ନିର୍ଦ୍ଦେଶକ ଏଠି ସ୍ବଂୟ ପରଂବ୍ରହ୍ମ
କର୍ମଟି ଅଟଇ ମୁଖ୍ୟ
ସୁକର୍ମ ଆଦରି ଅଭିନୟ କଲେ
ଥୁଆଟି ସୁଖ ସୌଭାଗ୍ଯ l
କୋଟି ପୂଣ୍ୟବଳେ ମଳିଅଛି ଯଦି
ଆମ ଏ ମଣିଷ ଜନ୍ମ
ଅନ୍ୟ ଜୀବେ ଦୟା ଭାବ ପରଶିବା
ଏହାହିଁ ଆମରି ଧର୍ମ l
ସୁକର୍ମ ଆଦରି କର ଅଭିନୟ
ସାହା ହେବେ ଦୟାମୟ
ଜୀବନ ଦର୍ଶନ ମୂଲ୍ୟାୟନ ବେଳେ
ନଥିବ ପାପର ଭୟ l
ହସି ହସେଇବା ହଉ ଆମ ବ୍ରତ
ମନରହୁ ପରୋପକାରେ
ମାନବ ସେବା ହିଁ ମାଧବଙ୍କ ସେବା
ଲକ୍ଷ୍ୟ ରହୁ ଜୀବନରେ ll
