Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ସେବା

ସେବା

1 min
136


ଦୁର୍ଭିକ୍ଷ ପିଡ଼ିତ ଉଦର ଅଣ୍ଡାଳି 

କୋଟି ଜନ ମନ କିଣି ନେଲ

ଦୁସ୍ଥ ମାନଙ୍କର ସେବା କରୁ କରୁ

    ଚିର ଅମର ହେଲ

   'ସମାଜ' ସମର୍ପି ଦେଲ

ଦେଶବାସୀ ମନେ ପ୍ରେରଣା ଯୋଗାଇ 

   ଆଦର୍ଶ ଗାଥା ଲେଖିଲ ।


ସେବାହିଁ ଧରମ ସେବାହିଁ କରମ 

    କହେ ଆଧ୍ୟାତ୍ମିକ ମାର୍ଗ 

ତୁମରି ସେବାର ତ୍ୟାଗରେ ଉତ୍କଳ 

    ଲଭିଅଛି କେତେ ଗର୍ବ  

    ସେବାରେ ନିହିତ ସ୍ବର୍ଗ 

ଆଜିର ମଣିଷ ବୁଝିକି ଅବୁଝା 

   ତୋଳେ ଅହଙ୍କାର ଗର୍ବ ।


ସଫଳତା ମନ୍ତ୍ର ଗାଉଚି ଶାସକ

   ନିଜ ଦେଶ ପ୍ରଜା ପାଇଁ 

ଯୋଜନା ଭିତ୍ତିରେ ପୁଞ୍ଜିପତି ସେବା

   ରକ୍ଷଣା-ବେକ୍ଷଣା ନେଇ

     କର୍ମର ସାଧନ ପାଇଁ 

 ସତେକି ବିବଶ ସବିତାର ଭାଗ୍ୟ 

    ସଞ୍ଜ ଆସେ ନଇଁ ନଇଁ ।              


Rate this content
Log in