STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ସେ ନାରୀ

ସେ ନାରୀ

1 min
275

କ୍ଷମା ଦୟାଶୀଳା, ଆଚାରେ ସୁଶୀଳା

ଜୀଵନ ରାଗିଣୀ ସୁରମୟୀ

ଇଟା କାନ୍ଥ ଘେରା ବଖରା କେତୋଟି

ଘର କରିଦିଏ ଭାବମୟୀ।


ଚାରୁମୁଖେ ତାର ସ୍ମିତ ହାସ୍ୟ ଧାରେ

ସମ୍ମୋହିତ କରେ ବିଶ୍ୱ ଚିତ୍ତ

ସର୍ବସଂହା ନାରୀ ଧରା ପୃଷ୍ଠ ପରେ

ପ୍ରେମ ବାରି ଧାରା ଚିର ସ୍ରୋତ।


ଜୀବନଯାତ୍ରାରେ ଭିନ୍ନରୁପ ଧରି

ପୁରୁଷର ସାଜେ ସହଚରୀ

ମଧୁବୋଳା କଣ୍ଠେ ଗାଏ ସେ କବିତା

ପଥ ଶ୍ରାନ୍ତି ଯାଏ ଅପସରି।


ସୃଷ୍ଟି ସର୍ଜନାର ମୂଳ ଗ୍ରନ୍ଥି ନାରୀ

କେବେ ସେ ଶତ୍ରୁ ସଂହାରିଣୀ

ବନ୍ଧନର ସୂକ୍ଷ୍ମ ବନ୍ଧନେ ସେ ବାନ୍ଧେ

ସଂସାରର ସାରା ବୃକ୍ଷ ପ୍ରାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍