STORYMIRROR

Pramod Kumar Jena

Others

3  

Pramod Kumar Jena

Others

ସେ କାଳ ପଖାଳ

ସେ କାଳ ପଖାଳ

1 min
264

ବଳଦ ସିଙ୍ଘରେ         ନାଲି ନାଲି ବେଣୀ

ବେକରେ ଘଣ୍ଟି ଘାଗୁଡି

ହାତରେ ପାଞ୍ଚଣ            ଧରି ଶଗଡିଆ

ମୁଣ୍ଡରେ ଭିଡି ପଗଡି


ବୋଉ ଜେଜେ ମାଆ  ବୋହୁ ବେଶ ସାଜି

ବସି ଆସିଥିଲେ ଦିନେ

ସେକାଳ ପଖାଳ          ପୁରୁଣା ହେଲାଣି

ଖାଲି ଯାହା ପଡେ ମନେ


ଧାନ ମାଟି ଗୋଡି     ବୋହି ବୋହି ଆଜି

ଶଗଡ ହୋଇଛି ବୁଢା

ତା ଜାଗାରେ ଏବେ          ଟ୍ରାକଟର ଟ୍ରକ

ଗ୍ରାମେ ହୋଇଲେଣି ଛିଡା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍