STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ସେ ଈଶ୍ୱର

ସେ ଈଶ୍ୱର

1 min
317

ସେ ନିଷ୍ଠୁର ନୁହେଁ କିନ୍ତୁ ନିରପେକ୍ଷ

ସଂସାରର ସେ ହିଁ ଅକ୍ଷ କକ୍ଷ,

ସେ କର୍ମ କି ଭାଗ୍ୟବାଦୀ ନୁହେଁ

କିନ୍ତୁ ନ୍ୟାୟର ଅଶରୀରୀ ସାକ୍ଷ୍ୟ


ଜୀଵ ନିର୍ଜୀବର ପ୍ରଚ୍ଛନ୍ନ ବିଧାତା

ବିଚାରପତି ସେ ସର୍ବ ଭେଦ ଜ୍ଞାତା,

ସେ ସିନ୍ଧୁ ସେ ପୁଣି ବିନ୍ଦୁ

ବିଶ୍ୱ ରଚନାର ସେ ହିଁ ରଚୟିତା। 


ସର୍ଜନା, ପାଳନ, ବିଲୟର ସ୍ୱାମୀ

ଶୁଦ୍ଧ ଅନ୍ତରରେ ବିବେକର ଉର୍ମି,

ଦଗ୍ଧ ଦାବାନଳେ ସେ ଏକା ସାହାରା

ଶୁନ୍ୟ ଓ ପୂର୍ଣ୍ଣର ଅପୂର୍ବ ବିଲୋମୀ। 


ସେ ଆସନ୍ତି ଜୀବର ଗାଢ଼ ଆହ୍ୱାନରେ

ଶୁଦ୍ଧ ଚିତ୍ତେ ଯେବେ ଭକ୍ତି ଦୀପ ଜଳେ,

ବିଜ୍ଞାନେ ଅଗମ୍ୟ ଜ୍ଞାନେ ବୋଧଗମ୍ୟ

ଈଶ୍ୱର ବ୍ରହ୍ମାଣ୍ଡ ପାଳନ୍ତି ନଶ୍ୱରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍