ସଦ୍ୟ ସପନ
ସଦ୍ୟ ସପନ
1 min
121
କାଲି ରାତିରେ ସପନ ତୁଠରେ
ଆସିଲା ଲଳନା ଜଣେ
ଭାବ ଭାବନା ହେଲେ ଆନମନା
ହୃଦୟ ବଖରା କୋଣେ ।
ଅଜ୍ଞାତ ଆବେଗ ପୁରିଲା ହୃଦୟେ
ମନ ହେଲା ଆନମନା
କିଏ ଏ' ରୂପସୀ ଶଶି ସମ କାନ୍ତି
କି'କାରଣେ ଆଗମନା ।
ସ୍ମିତ ହାସ୍ୟ ଦେଇ ବସିଲା ପାଖରେ
ଭାଷିଲା କେତେ ହରସେ
ପ୍ରୀତି ସମ୍ଭାଷଣେ ମୋହିଲା ମନକୁ
ତନ୍ଦ୍ରା ମାଦକ ତୃଷିତେ ।
ନିଦ୍ରା ଭାଜିଗଲା କୋଳାହଳ ଶବ୍ଦେ
ଉଠି ବସିଲି ତ୍ବରିତେ
ପ୍ରବାସୀ ବନ୍ଧୁଏ ରତ ଥିଲେ ସର୍ବେ
ଯେ ଯାହା ସ୍ନାନ ଶଉଚେ ।
