ସଦିଚ୍ଛାର ପର୍ବ: ହୋଲି
ସଦିଚ୍ଛାର ପର୍ବ: ହୋଲି
1 min
199
ସଦିଚ୍ଛା ପ୍ରତୀକେ ରଙ୍ଗୋଲି ମହକେ
ଦେଖ ଦେଶ ଆଜି କେମିତି ଖୁସି
ପ୍ରୀତି ରଙ୍ଗ ବୋଳି କରୁଛନ୍ତି ମେଳି
ରଙ୍ଗବୋଳା ମୁଖେ ଦିଅନ୍ତି ହସି ।।
ଦର୍ପଣ ସାଜିଣ ଏକକୁ ଆରେକ
ମୁଖ ଦେଖି ହସ ଉଛୁଳେ କେତେ
ସୁନ୍ଦର ଭୂତକୁ ସୁନ୍ଦରୀ ଭୂତୁଣୀ
ମଜା କରୁଥାନ୍ତି ଯାହାକୁ ଯେତେ ।।
ଦଳ ଦଳ ହୋଇ ପିଲାଏଁ ବୁଲନ୍ତି
ଶୋଭାଯାତେ ରାଧାକୃଷ୍ଣ ଙ୍କୁ ନେଇ
ବୁଢ଼ା ବୁଢ଼ୀ ଆଉ ଗାଆଁର ମାଇପେ
ଦର୍ଶନ କରନ୍ତି ଦାଣ୍ଡରୁ ଥାଇ ।।
ଗାଆଁ ର ମଜା ତ ସରଗର ସୁଖ
ସଂକୀର୍ତ୍ତନ ତାଳେ ମନଟି ହଜେ
ସହର ନଗରେ ଟୋକାଏ ବାଇଆ
କୃତ୍ରିମ ରଙ୍ଗକୁ ହାଉଲେ ଡିଜେ ।।
ଦୂରଭାଷ:-୬୨୮୧୬୯୫୮୯୨
ଚଉମୁଖ, ବାଲେଶ୍ଵର
