STORYMIRROR

KSHIRADRI SAHU

Others

3  

KSHIRADRI SAHU

Others

ସବୁରି ମୂଳରେ ତୁମେ

ସବୁରି ମୂଳରେ ତୁମେ

1 min
416

କାଗଜ ତିଆରି ଦେହଟି ତୁମର

 ଭାରି ମୂଲ୍ୟବାନ ଅଟ

 ପକେଟେ ରେ ଯଦି ତୁମେ ରହିଥାଅ

  ଯମ ଛାଡ଼ି ଦିଏ ବାଟ।


ତୁମ ସୌନ୍ଦର୍ଯ୍ୟରେ ବିମୋହିତ ହେଇ

 ସାଧୁ ଚୋର ହେଇଯାଏ

 ତୁମ ଇଙ୍ଗିତରେ ବିଚରା ନିରୀହ

  ଦୋଷୀ ଭାବେ ଗଣା ଯାଏ।


ତୁମ ଉପସ୍ଥିତି ଯେ ସ୍ଥାନରେ ଥାଏ

 ସେଠି ଖାଲି ଅହଂକାର

 ଆଉ ସେ ସ୍ଥାନରୁ ତୁମେ ଗଲାପରେ

  ଶୁଭେ ଖାଲି ହାହାକାର।


ତୁମ ଲାଗି ପରା ନର ହୁଏ ନାରୀ

 ଖବରରେ ପଢ଼ିଥିଲି

 ତୁମରି ସକାଶେ ଭାଇ ଭାଇ ମଧ୍ୟେ

  ଚଳି ଯାଏ ଛୁରୀ ଭୁଜାଲି।


ଅହଙ୍କାରୀଙ୍କର ଅତି ପ୍ରିୟ ତୁମେ

 ଯେସନେ ଈଶ୍ୱ ତାଙ୍କର

 ବାର ବାର ସିଏ ତୁମ ମୁଖ ଦେଖି

  ହୁଅନ୍ତି କେତେ ଜୁହାର।


ଖଟିଖିଆଙ୍କର ତୁମେ ତ ସପନ

 ଧରା ଜମା ଦିଅନାହିଁ

 ଅଜବ ବାହାନା କରି ତୁମେ କୁହ

  ତା ଭାଗ୍ୟରେ ମୁଁ ନାହିଁ।


ସବୁରି ମୂଳରେ ତୁମେ ରହିଅଛ

 ତୁମ ସମ କେହି ନାହିଁ

 ନେହୁରା ହେଉଛି ସମୟ ପାଇଲେ

  ଟିକେ ମୋ ଆଡ଼େ ଦେବ ଅନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍