STORYMIRROR

Santosh Pattnayak

Others

5.0  

Santosh Pattnayak

Others

ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ

ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ

1 min
14.5K


ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ

ମେଘୁଆ ଆକାଶ ତଳେ

ଚାଷୀ ଭାଇ ଦେଖ ହୋଇ ପ୍ରଫୁଲ୍ଲିତ

କ୍ଷେତକୁ ତାହାର ଚ଼ଳେ.....

ଖୁସିରେ ବିଭୋର ସାଧବ ବୋହୂଟା

ଠୁକୁ ଠୁକୁ ହୋଇ ଚାଲେ

ଇନ୍ଦ୍ରଧନୁ ରଙ୍ଗ ମନକୁ ରଙ୍ଗାଏ

ନଭ' ଟା ଭରା ବାଦଲେ....

ବାଦଲ-ବରଷା ପ୍ରେମ ଚାଲିଅଛି

କବି ଲେଖନ୍ତି କବିତା

ବେଙ୍ଗୁଲୀ ରାଣୀଟା ହୁଳହୁଳି ଦିଏ

ଗାଇକି ପ୍ରେମ ବାରତା....

ମୌସୁମୀ ଆଣିଛି ମଘ ମହ୍ଲାରକୁ

ସତେକି ରୋଷଣୀ କରି

ଆକାଂକ୍ଷା ଆକାଶୁ ଅସରା ସୁଖରେ

ଉଛୁଳେ ଜୀବନ ନଈ.....

ପ୍ରକୃତି ବିଧାନ ଅତି ସୁଶୋଭିତ

ହଟିଲା ଗ୍ରୀଷ୍ମ କଷଣ

ବରଷାର ସ୍ପର୍ଶେ ପ୍ରକୃତି ଶୋଭିତ

ଜାଗିଲା ସବୁରି ପ୍ରାଣ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍