Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

3  

Sukanti Hotta

Others

ସ୍ବପ୍ନ

ସ୍ବପ୍ନ

1 min
2.3K


ସ୍ବପ୍ନ ଆଉ ବାସ୍ତବତାର ବିରାଟ ପ୍ରାଚୀର ମଧ୍ୟେ ପାରିବି ଠିଆହୋଇ ?

ହାରିଯାଇଥିଲି, ହାରିଛି ଓ ହାରିଯିବି ବୋଧେ ଦୁନିଆର ମିଥ୍ୟା ପ୍ରତିଶୃତି ପାଇ l


ଉଚ୍ଚନୀଚ୍ଚ,ଲୋଭ, ଅଂହକାରର ଦୁନିଆରେ କ୍ଲାନ୍ତ ହୋଇ ବସିଛି ସତ୍ୟ, ଶାନ୍ତି ଓ ଅହିଁସାର ପ୍ରତୀକ୍ଷାରେ.....

କୁହେଳିକା ଏବଂ ପ୍ରହେଳିକା ଭିତରେ ବଦଳି ଯାଇଛି ମୁଁ ଏକ ମାଟି ପ୍ରତିମାରେ l


ସ୍ବପ୍ନ ରାଇଜରେ ଉଡିଯିବି ଭାବିଲି ଅଜଣାରାଜ୍ୟକୁ...

କିନ୍ତୁ ସମୟ ଚକ୍ରରେ କଟାହୁଆ ଡେଣାନେଇ ପାଇଲି ଆଶାର ମରୀଚିକାକୁ..... ( ଅର୍ଥ, କାମ,ଲୋଭ, ମୋହ )


ସ୍ବପ୍ନରେ ବନିଗଲି ଚାନ୍ଦଟିଏ

ଆନନ୍ଦରେ ବୁଲିବାକୁ ଆକାଶ ବୁକୁରେ,

କରୁଣ ଚିତ୍କାର, ହତ୍ୟା, ଲୁଣ୍ଠନ ଦେଖି ଲୁଚିଗଲି

ମେଘ ଉହାଡରେ l


ସ୍ବପ୍ନରେ ଖୋଜିଲି ଶାନ୍ତିକୁ ମାଆର ପଣତ କାନିରେ.....

ପଣତକାନି କିଦେବ ସୁରକ୍ଷା ମା ତ ରହିଛି ଅସୁର ପୁରରେ l


ସ୍ବପ୍ନମୋର ଖୋଜେଖାଲି ରାମରାଜ୍ୟଟି

ସୀତା ନଥିବ ସେଠି ସନ୍ଦେହ ଘେରରେ......

ନଥିବେ ରାବଣ ନଥିବେ ଅସୁର

ଖାଲିଥିବ ସତ୍ୟ, ଶାନ୍ତି ଓ ଅହିଁସାର ସୁନ୍ଦର ବିଶ୍ୱଟି l


ନଥିବ ଶୀତଳଯୁଦ୍ଧ, ସୀମାବିବାଦ, ହାଣକାଟ,ଗୁଣ୍ଡାଗିରି, ଛଳନା, ପ୍ରତାରଣା ଓ କୁଟ ଚାଲବାଜ ରାଜନୀତିର.......

ଖାଲିଥିବ ଉତ୍ତମ ବୁଝାମଣା, ଭାଇଚାରା, ସ୍ନେହ, ଶ୍ରଦ୍ଧା,ପ୍ରେମ ଓ ଭକ୍ତିର ସୁନ୍ଦର ପରିବାର l


"ସ୍ବପ୍ନ"ଟି ସତ୍ୟ ହେବ ନା "ସ୍ବପ୍ନ" ରେ ରହିଯିବ.........


ସୁକାନ୍ତି ହୋତା

ତାଳଚେର

7008819476

sukantihotta@gmail.com


Rate this content
Log in