STORYMIRROR

Santosh Pattnayak

Others

2  

Santosh Pattnayak

Others

ସ୍ବପ୍ନ

ସ୍ବପ୍ନ

1 min
58

ସ୍ବରାଜ୍ଯ ସପନ ହଜିଗଲା କାହିଁ 

   ହିଂସା ଜଳେ ପ୍ରତିପ୍ରାଣେ

 ପାଶ୍ଚାତ୍ୟ ସ୍ବପ୍ନରେ ବିଭୋର ଜନତା 

    ଭାଷାପ୍ରୀତି ହୀନ ମଣେ 


ସ୍ବର୍ଣ୍ଣିମ ଐତିହ୍ୟ ସ୍ବପ୍ନ ହେଲା ଆଜି 

    ଇତିହାସ ପୃଷ୍ଠାତଳେ 

 ତଥାପି ସ୍ବତନ୍ତ୍ର ଗୌରବ ଗାରିମା

     ଉତ୍କଳର ତରୁ ଡ଼ାଳେ


ସପନ ଦେଖିବା ମନା ନାହିଁ ଏଠି 

   ଗରିବ ହେଉକି ଧନୀ 

 ଗରିବର ସ୍ବପ୍ନ କଂସାଏ ପଖାଳ 

    ସମ୍ଭ୍ରାନ୍ତଙ୍କ ସ୍ବପ୍ନ ଦାମୀ 


ବିକାଶ ସ୍ବପ୍ନରେ ବିଭୋର ଶାସକ 

    ଦୁଇଶ ଟଙ୍କାର ଦାନୀ 

ବିଲ ହୁଡ଼ା ଧାରେ ସ୍ବପ୍ନ ଦେଖୁ ଦେଖୁ 

    ଶେଷ କୃଷକ ଜୀବନୀ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍