ସ୍ବପ୍ନ ମଲା ପରେ
ସ୍ବପ୍ନ ମଲା ପରେ
କେବେଠୁ ମୋ ସ୍ବପ୍ନ ସବୁ ମରିବା ଆରମ୍ଭ ହେଲା ମୁଁ ମନେ ରଖିନି,
ମାତ୍ର, ମୁଁ ଆଗପରି ଆଉ ଉଦବିଗ୍ନ ନୁହେଁ,
ସାଧାରଣ ମଣିଷଟେ ପରି ବଞ୍ଚିବା ଆରମ୍ଭ କରିଛି l
ତେବେ କଣ ମୁଁ, ଅଉ ସକାଳେ ଉଠିବାକୁ ଇଛା କରୁନି?
ଏକ ମୃତପ୍ରାୟ ହୋଇ ବଞ୍ଚୁଛି?
ମୁଁ ତ ସବୁ ଦିନ ସକଳେ ଉଠୁଛି,
ଏକ ଫାଙ୍କା ମନ ନେଇ,
ଯେଉଁଠି ନା ରହିଛି ଗତକାଲି ନକରି ପାରିଥିବା କାମର ହିସାବ,
ଅସଫଳତାର ହତାଶା,
ନା ଆସନ୍ତା କାଲି କରିବାକୁ ଥିବା ସାରଣୀର ବିଶାଳ ସଂଖ୍ୟାକୁ ଦେଖି ଅସ୍ଥିରତା l
ଗ୍ରହଣ କରିପାରୁ ନଥିବା ସ୍ବପ୍ନକୁ ମୁଁ ବଦଳାଇବାକୁ ଚେଷ୍ଟା କରୁଛି,
ବଦଳାଇ ନ ପାରୁଥିବା ସ୍ବପ୍ନକୁ ମନ ଭିତରୁ ବାହାର କରି ଫିଙ୍ଗି ଦେଉଛି l
ଏବେ ମୁଁ ସକାଳୁ ଉଠୁଛି ସ୍ବପ୍ନ ନୁହେଁ, ଶାନ୍ତିକୁ ଖୋଜିବାରେ l
ଆଜି କାଲି ସ୍ବପ୍ନ ସବୁ ସ୍ବପ୍ନ ହୋଇ ନୁହେଁ, ସାଥି ହୋଇ ମୋ ସହ ଶାନ୍ତିକୁ ଖୋଜୁଛନ୍ତି l
ସ୍ବପ୍ନ ମଲା ପରେ, ଜୀବନ ସ୍ଥିର ସ୍ଥିବିର ନୁହେଁ,
ଜୀବନ ଭର ପୁର ଆନନ୍ଦର ଲହଡିରେ ଦିନ ଗଣୁଛି l
