STORYMIRROR

Rajat Kumar Nayak

Others

5.0  

Rajat Kumar Nayak

Others

ସ୍ବାଧୀନତା

ସ୍ବାଧୀନତା

1 min
13K


ଗୋଟିଏ ଟଙ୍କାର ଦାନା ଟିକେ ପାଇଁ

ଗରିବଟେ ବସି କାନ୍ଦୁଛି

ତଥାପି ସମସ୍ତେ ଗର୍ବରେ କହୁଛୁ

ଅଗଷ୍ଟ ପନ୍ଦର ଆସିଛି

ଗାଁ ଗାଁ ଗଳି କନ୍ଦିରେ ଆଜି ବି

ନିର୍ଭୟା ଚିତ୍କାର ଶୁଭୁଛି

ତଥାପି ସମସ୍ତେ ଗର୍ବରେ କହୁଛୁ

ଅଗଷ୍ଟ ପନ୍ଦର ଆସିଛି

ନିରୁପାୟ ଆଉ ଅସହାୟ ହେଇ

ଚାଷୀ ଆତ୍ମହତ୍ୟା କରୁଛି

ତଥାପି ସମସ୍ତେ ଗର୍ବରେ କହୁଛୁ

ଅଗଷ୍ଟ ପନ୍ଦର ଆସିଛି

ସାଇକେଲ ଆଉ ଖଟିଆରେ ଏଠି

ରୋଗୀ , ଶବ ବୁହା ହେଉଛି

ତଥାପି ସମସ୍ତେ ଗର୍ବରେ କହୁଛୁ

ଅଗଷ୍ଟ ପନ୍ଦର ଆସିଛି.

ସୁବାଷ ବୋଷର ଆତ୍ମା ଆଜି ଗୋଟେ

ପ୍ରଶ୍ନର ଉତ୍ତର ଚାହୁଁଛି

ରାଣୀ ଲକ୍ଷ୍ମୀବାଇ ଅନ୍ତରାତ୍ମା ଆଜି

କିଛି କହିବାକୁ ଚାହୁଁଛି

ଭଗତ ସିଂର ଆତ୍ମା ଆଜି କାହିଁ

ଚିତ୍କାର କରି କହୁଛି

ସତରେ କଅଣ ଗୋଟେ ଲୋକ ପାଇଁ

ଏ ଦେଶଟା ସ୍ୱାଧୀନ ହେଇଛି.

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ

ମହା ସମାବେଶ ହେଉଛି

କୋଟି କୋଟି ଲୋକ ଭୋକରେ ମାରନ୍ତି

ତାଙ୍କ କଥା କିଏ ବୁଝୁଛି

ଯିଏ ଯାହା କହୁ ଛାତିକୁ ଫୁଲେଇ

ଅଗଷ୍ଟ ପନ୍ଦର ଆସିଛି

ସ୍ଵାଧୀନତା ଆଜି ପରାଧିନତାର

ଶିକୁଳିରେ ବନ୍ଧା ପଡିଛି

(ରଜତ କୁମାର ନାୟକ)


Rate this content
Log in