Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3.4  

Santosh Pattnayak

Others

ସୈନିକ ମୁଁ 'ସୀମାନ୍ତ ଯୋଦ୍ଧା

ସୈନିକ ମୁଁ 'ସୀମାନ୍ତ ଯୋଦ୍ଧା

1 min
24.3K


ଢାଳି ରକ୍ତବିନ୍ଦୁ ତୋଳିପାରେ ଇନ୍ଦୁ

    ଲଙ୍ଘିପାରେ ସାତ ସିନ୍ଧୁ 

ହିମପାତ ହେଉ ଅବା ବଜ୍ରପାତ 

      ସମର୍ପିତ ପ୍ରାଣବିନ୍ଦୁ

    ହୃଦେ ଘେନି ଦେଶଭକ୍ତି

ଦେଶ ସୁରକ୍ଷାରେ ଜୀବନ ଉତ୍ସର୍ଗୀ

    ହସି ପାତିପାରେ ଛାତି ।


ନିଜ ସ୍ବାର୍ଥ ତ୍ୟାଗି ମାତୃଭୂମି ଲାଗି

   ସୀମାନ୍ତରେ ମୁଁ ' ସୈନିକ 

ଗୁଳି-ଗୋଳା ମୋର ଅତି ଆପଣାର

     ଶତ୍ରୁର ମୃତ୍ୟୁ ବାହାକ 

     ସ୍ମରିକି ସ୍ବର୍ଣ୍ଣିମ ଗାଥା

 ସିମାନ୍ତେ ପ୍ରହରୀ ତ୍ରିରଙ୍ଗା ମୋ ଶୀରି

    ଚିନ୍ତା ମାଆର ସୁରକ୍ଷା ।


ପତ୍ନୀ ଗଣେ ମୋର ଫେରିବାର ଦିନ 

    ତ୍ୟାଗରେ ଭରା ଜୀବନ 

ଲେଉଟିବା ପାଇଁ ଆତ୍ମା ହାତଠାରେ 

    କର୍ତ୍ତବ୍ୟ ପକାଏ ରାଣ 

    ଢାଳି ଅମୂଲ୍ୟ ରକତ 

ମାତୃଭୂମି ସେବା ବେଉସା କରିଛି 

 ଲକ୍ଷ୍ୟ ପଥୁ ନୋହି ବିଚ୍ୟୁତ ।


ଧନ୍ୟ ଧନ୍ୟ ମୋର ପବିତ୍ର ଏ'ମାଟି 

   ତା' ସେବାରେ ଏ' ଜୀବନ 

ସୀମାନ୍ତ ସୈନିକ ସଦା ମୁଁ ' ସତର୍କ 

     ସାର୍ଥକ ହେଲା ଏ'ଜନ୍ମ 

      ପ୍ରଭୁ ଦିଅ ସଦ୍ ଗତି

ବୀର ଉତ୍କଳୀୟ ସନ୍ତାନ ମୁଁ'ଅଟେ

     ରଖିଯିବି ଯଶ କୀର୍ତ୍ତି ।

     


Rate this content
Log in