STORYMIRROR

Writer Roja Panda

Others

2  

Writer Roja Panda

Others

ସାନୁଙ୍କ କଲମରୁ ଦୁଇପଦ ମୋ ପାଇଁ

ସାନୁଙ୍କ କଲମରୁ ଦୁଇପଦ ମୋ ପାଇଁ

1 min
14.7K



ଭାବନା-ସାନୁ

ଶବ୍ଦ ସଂଯୋଜନା-ରୋଜା


ପ୍ରିୟା ତୁମ କଲମ ମୁନରୁ ନିର୍ଝରିତ କେଇ ପାଖୁଡା

ହାତ ଲେଖା କବିତାର ଛନ୍ଦ......

ଆଜି ମନ୍ତ୍ରମୁଗ୍ଧ କରିଛି ମୋର ତନୁମନକୁ

ତମର ଏ ଉତ୍ସାହିତ ହାତ ଲେଖା ପଢିବା ପରଠୁ

ତମପାଇଁ ମନେ ମୋର ସଞ୍ଚାର ହୋଇଛି

କେତେ ଯେ ନୂଆନୂଆ ଭାବନା ଓ ସ୍ବପ୍ନ....

ଶବ୍ଦଗୁଚ୍ଛ ସବୁ ତୁମ ଛୁଇଁଛି ମୋ ହୃଦୟକୁ ବାରବାର

ଅତିଷ୍ଠ ମୁଁ ଶୁଣିବାକୁ ତୁମ କଲମ ନିସୃତ କବିତାର ସ୍ୱର

କୈଶୋରୀ କବିଟିଏ ହୋଇଛ ତୁମେ

ଏଇ ସାରା ଦୁନିଆଁର ଆଖିରେ

ତାହା ଦେଖି ହୃଦୟ ମୋ ଉଛୁଳେ ଖୁସିରେ ....

ଆଉ ନିଅନାହିଁ ତମେ ପଛଘୁଞ୍ଚା

ବିମୁଗ୍ଧ କରିଦିଅ ସାରା ଦୁନିଆକୁ

ପ୍ରେରଣାର ଉତ୍ସ ହେଉ ତୁମର ଏ ହାତ ଲେଖା

ଆଜିର ଏ ଯୁବ ସମାଜରେ

ଏତିକି ପ୍ରାର୍ଥନା ମୋର ତୁମପାଇଁ ଈଶ୍ୱରଙ୍କୁ ....

ଉଲ୍ଲସିତ ହୋଇଉଠୁ ତନୁମନ ତୁମ

ଘେନି ମୋର ଏଇ ଛୋଟ ଉପହାରଟିକୁ

ଦିବାରାତ୍ରୀ ଉଡିଯାଅ ତୁମେ ଭାବନା ରାଇଜେ

ସଞ୍ଚାରିତ ହୋଇଉଠୁ ସଭିଙ୍କର ମନ

ପଢିବାକୁ ତୁମ କବିତାକୁ ....


ପୂର୍ଣ୍ଣାନନ୍ଦ ଭବନ

ନେତାଜୀନଅଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com



Rate this content
Log in