STORYMIRROR

Sukanti Hotta

Others

2  

Sukanti Hotta

Others

ସାନ୍ତାକ୍ଲଜ

ସାନ୍ତାକ୍ଲଜ

1 min
3.0K


ଯୀଶୁଙ୍କର ଜନ୍ମଦିନ ଆସିଲା

ଆନନ୍ଦରେ ଆମ ଧରା ନାଚିଲା

ସାରା ବିଶ୍ୱ ଏଠି ଏକାଠି ହେଲେ

ଡ଼ିସେମ୍ବର ପଚିଶିକୁ ସ୍ୱାଗତ କଲେ ll


ଜାତି ଧର୍ମ ଏଠି ସବୁ ଭୁଲିଲେ

ଖ୍ରୀଷ୍ଟମାସ ଗଛ ଘରେ ସଜାଇଲେ

ଚବିଶି ରାତି ବାରଟା ବେଳେ

ସାନ୍ତାକ୍ଲଜ ଆସି ପହଁଚିଗଲେ ll


ଘରଘର ବୁଲି ନିଜେ ଦେଖିଲେ

ଉତ୍ତମ ଶିଶୁକୁ ସେ ବାଛିଲେ

ଜାତି, ଧର୍ମ ଭୁଲି ସେ ନାଚିଲେ

ମନପସନ୍ଦର ଉପହାର ଦେଲେ ll


କହିଲେ ମନେ ରଖିବ ପିଲେ

ହିଂସା, ଦ୍ୱେଷ ଛାଡି ରହିବ ଭଲେ

ମଣିଷଟି ପରି ମଣିଷ ହେଲେ

ଭଲ ଉପହାର ଦେବିରେ ପିଲେ ll


ଆସନ୍ତା ବର୍ଷ ପୁଣି ଆସିଲେ

ଭାଇଚାରା ଭାବ ମୁଁ ଦେଖିଲେ

ବଡ଼ମୁଣିଟେ ଧରି ଆସିବି

ଆନନ୍ଦରେ ଉପହାର ବାଣ୍ଟିବି ll


ଆଜିର ପିଲାଏ କାଲି ଭବିଷ୍ୟତ

ଦେଶକୁ କେବେ କରିବନି ନଷ୍ଟ

ଅହିଁସାକୁ ତୁମେ ସାଥୀ କରିବ

ଦେଶକୁ ସୁନ୍ଦର ଭାବେ ଗଢ଼ିବ ll


ସୁକାନ୍ତି ହୋତା

ତାଳଚେର

7008819476


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍