Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

3  

Jayashree Maharana

Others

ସାଙ୍ଗଟିଏ

ସାଙ୍ଗଟିଏ

1 min
101


ସକାଳୁ ସକାଳୁ ଜନମ ଦିନରେ

ନିତ୍ୟକର୍ମ ସାରିଦେଇ

ଗୁଡୁଲି ଆମର ବାପା ବୋଉ ପାଦେ

ପ୍ରଣିପାତ କଲା ଯାଇ ।


ବାପାଙ୍କ ସାଥିରେ ମନ୍ଦିରକୁ ଯାଇ

ପୂଜିଲା ଭକତି ଚିତ୍ତେ

ପ୍ରଭୁଙ୍କୁ କହିଲା ଭଲ ମଣିଷଟେ

 କରିଦେବ ସାଇଁ ମୋତେ ।


ଗୁରୁଜୀଙ୍କ କଥା ମନେ ହେଜି ସିଏ

ବାଡ଼ି ବଗିଚାକୁ ଗଲା

ଚାରା ଗଛଟିଏ ନିଜ ହାତେ ପୋତି

ମୂଳେ ପାଣିଟିକେ ଦେଲା ।


ସାନ ଭାଇ ସାଇ ପଚାରିଲା ଯାଇ

କଣ କରୁଅଛୁ ଦିଦି

କହିଲା ବୁଝାଇ କହିବି ନିଶ୍ଚୟ

ଧ୍ୟାନରେ ଶୁଣିବୁ ଯଦି ।


ଚାରାଟିଏ ଆଜି ଲଗାଇଲି ମୁହିଁ

ଯତ୍ନନେବି ପ୍ରତିଦିନ

ମୂଳେ ପାଣି ଦେବି ବାଡ଼ ଘେରାଇବି

ବଞ୍ଚାଇବି ତାର ପ୍ରାଣ ।


ଗୁରୁଜୀ କୁହନ୍ତି ଗଛ ଆମ ବନ୍ଧୁ

ଦେଇଥାଏ ଫୁଲଫଳ

ଖରାଦିନେ ଛାଇ ଦେଇଥାଏ ସେହି

ଚାରିଆଡେ ବଢି ଡାଳ ।


ଗଛ ଯୋଗୁଁ ବର୍ଷା ହୋଇଥାଏ ବୋଲି

ଚାଷବାସ ହୋଇପାରେ

ତା'ର ଚେରମୂଳ ମାଟିକୁ ଜାବୁଡି

ମାଟିକ୍ଷୟ ରୋକିପାରେ ।


ଆସବାବପତ୍ର ତିଆରିବା ପାଇଁ

କାଠପଟା ଦେଇଥାଏ

ଔଷଧ ଯୋଗାଏ ପୋଷାକ ଯୋଗାଏ

ଜାଳେଣି ବି ବାଣ୍ଟିଥାଏ ।


ଏତେ ଉପକାରୀ ଗଛଟିଏ ବୋଲି

ଲଗାଉଛି ଆଜି ମୁହିଁ

ଜୀବନରେ ଆମ ସାଙ୍ଗଟିଏ ସିଏ

କେବେ ହାଣିଦେବା ନାହିଁ ।



Rate this content
Log in