STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

ସାନ୍ଧ୍ରତା

ସାନ୍ଧ୍ରତା

1 min
319

ବର୍ଷାର ସାନ୍ଧ୍ରତା ମାପି

ଖୋଲା ମେଲା ଗଲି 

ନା ଛତା, ନା ବର୍ଷାତି 

ବହେ ମୁଁ ଭିଜିଲି

ବର୍ଷାର ଛମ୍ ଛମ୍

ପାଉଁଜିର ତାଳେ 

ଭାବନା ହଜାଇ ଦେଇ

ନିଜେ ମୁଁ ହଜିଲି। 


ପ୍ରେମର ସାନ୍ଧ୍ରତା କଥା 

ପ୍ରୀୟାକୁ ମାଗିଲି 

ତା' ଓଠର ଚପାଚପା ହସ 

ତା' ଆଖିର ନାଚୁଆ ସନ୍ଦେଶ

ତା' ହାତର କୋମଳ ପରଶ 

ଆଃ ! କଣ ଯେ ବୁଝିବା ଥିଲା ? 

ସବୁ ଭୁଲିଗଲି। 


ଜ୍ଞାନର ସାନ୍ଧ୍ରତା ପାଇଁ 

ବହି ମୁଁ ପଢିଲି 

ଗୀତା,କୋରାନ, ବାଇବଲ

ବେଦ, ପୁରାଣ,ଉପନିଷଦ

ଗଳ୍ପ, କବିତା,ସନ୍ଦର୍ଭ 

ଆରିଷ୍ଟୋଟଲ ଠାରୁ ଟେଲସା ଯାଏଁ

ପ୍ଲୁଟୋ ଠାରୁ ପାବଲୋ ନେରୁଦା ଯାଏଁ

ସାରଳା ଦାସ ଠାରୁ ମନୋଜ ଦାସ ଯାଏଁ

ଅକ୍ଷର ବହଳତାରେ 

ସବୁ ଝାପସା ହେଲା, 

ତେଣୁ ଓହରିଲି। 


ତ୍ୟାଗର ସାନ୍ଧ୍ରତା ମାପ

ମନେ ମୁଁ ଚିନ୍ତିଲି 

ଘର, ଦ୍ବାର, ସାଙ୍ଗସାଥି 

ଟଙ୍କା ,ସୁନା, ବ୍ୟାଙ୍କପୋଥି

ସବୁ ତେଜି ଏକା ବିହରିଲି

ଗୁରୁଜ୍ଞାନ, ଅହଂ ଓ ନିଶ୍ବାସ 

ତେଜି ନ ପାରିଲି 

ପୁଣିଥରେ 

ପଛକୁ ଫେରିଲି। 


ମୃତ୍ୟୁର ସାନ୍ଧ୍ରତା ପାଇଁ 

ଶରୀର ଛାଡ଼ିଲି 

ଅପୋରପକ୍ଷାନୁଭୂତି 

ଆପଣାଇ ନେଲି

ଜୀବନରେ ଥାଉ ପଛେ

ଅନେକ ଯାତନା

ଦେହଟି ବିଦେହ ହେଲେ 

ଅନେକ ଶୋଚନା ।


ଦେଖିଲି,


ଆତ୍ମାର ସାନ୍ଧ୍ରତା ନାଇଁ-

ସାନ୍ଧ୍ରତା ଶରୀରେ 

ଆତ୍ମାକୁ ବି ଆଦରନ୍ତି 

ସବୁ ମରତରେ 

ସାନ୍ଧ୍ରତା ଫାନ୍ଧ୍ରତା ସବୁ

ମପା କୁହେଳିକା

ଜୀବନ ମିଳିଛି ଜିଏଁ 

ମଲେ ସବୁ ଫାଙ୍କା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda