ସାକ୍ଷକୃପା
ସାକ୍ଷକୃପା
1 min
237
ଏ ବ୍ରହ୍ମାଣ୍ଡରେ
ଯେତେ ଅଛି ଜଳରାଶି
ସେ ନୀଳ-ବକ୍ଷକୁ ତୋ'ସଙ୍ଗେ
ପଦବ୍ରଜରେ ଲଙ୍ଘି ଯାଇଛି...।
ସମଗ୍ର ସ୍ଥଳ-ଜଙ୍ଗମ ଭାଗକୁ
ତୋ ସହ ଜଡେଇ ହୋଇ
ଆନନ୍ଦ ହୃଦୟେ ପହଁରିଛି...।
ତୋ ହସ୍ତରେ ହସ୍ତ ଛନ୍ଦିରଖି
ନୀଳାଭ ବ୍ୟୋମରେ ଶୂନ୍ୟହୋଇ
ଧ୍ୟାନାସନରେ ଏ ବ୍ରହ୍ମାଣ୍ଡକୁ
ମୁହୂର୍ତ୍ତେ ଅଵଲୋକନ କରିଛି...।
କାଳର ବିକରାଳ ସ୍ରୋତରେ
ପ୍ରବହମାନ ଆତ୍ମା ମୋର
ମହାବ୍ରହ୍ମଙ୍କ ପଥ ଇସାରାରେ
ଏ ମହାଯାତ୍ରାକୁ ଜୀଇଁବାକୁ
ସମର୍ପଣରେ ହାତ ଟେକିଦେଇଛି...।
