ସାହା ଆମ ଜଗନ୍ନାଥ
ସାହା ଆମ ଜଗନ୍ନାଥ
1 min
14.1K
ଆସୁ ଭୂମିକଂପ ଅବା ଅଗ୍ନିପାତ
ହେଉ ପଛେ ଘୂର୍ଣ୍ଣିଝଡ
ଜଗନ୍ନାଥ ନାମେ ବିଶ୍ଵାସ ରଖିଥା
ହୋଇଯିବେ ସବୁ ଜଡ ।।
ମାରିବା ତାରିବା ସବୁ ତା ହାତରେ
ହୁଅ ନାହିଁ ଆତକିଂତ
ଶୟନେ ସପନେ ଅବା ଜାଗରଣେ
ସେ ଆମ ରକ୍ଷାକବଚ ।।
ଆସୁ ଅଂଶୁଘାତ ବଢୁ ରୌଦ୍ରତାପ
ତଥାପି ନ କର ଚିନ୍ତା
ଯେତେ ଝଡ ଝଂଜା ଆସିଲେବି ମାଡି
ଚକ୍ର ପେଶି କରେ ରକ୍ଷା।।
ବ୍ରହ୍ମାଣ୍ଡ କରତା ଦଇବ ବିଧାତା
ଆମ ଉତ୍କଳୀୟ ନେତା
ନୀଳାଚଳ ଧାମେ ଜଗନ୍ନାଥ ନାମେ
ବସିଛି ଟେକି ତା ଛତା ।।
ବିପଦେ ଆପଦେ ବିଶ୍ଵାସ ଭରସା
ସାହା ହୁଏ ଦେଇ ରାହା
ଆସୁ ବାଆ ବତାସ ନ ହୁଅ ହତାସ
ଅଛି ଆମ ଚଉବାହା ।।
ସୁଶାନ୍ତ ପ୍ରଧାନ
ବନ୍ଧହୁଡା
ନରସିଂହପୁର କଟକ
