STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ସାଧୁ ସାବଧାନ

ସାଧୁ ସାବଧାନ

1 min
214

ବେଳ କାଳ ଏବେ ଯେପରି ହୋଇଛି

 ହାତେ ମାପି ଟିପେ ଚାଲ 

ନ ହେଲେ ଭୋଗିବ ଯମ ଯନ୍ତ୍ରଣା ରେ

 ଅକାଳରେ ନେବ କାଳ।୦।

ସାଧୁ ସାବଧାନ...


ହାତେ ସିଇଁଲେ ଦଶ ହାତ ଚିରେ

 ମଧ୍ୟମଙ୍କ ଶନି ଦଶା 

ତଳତଳିଆ ଯେ ସୁଖେ ନିଶା ପିଏ

 ଧନୀଙ୍କ ବଢେ ବେଉସା।୧।

ସାଧୁ ସାବଧାନ......


ଅର୍ଥକୁ ଅନର୍ଥ ହେବାଟାତ ଧାର୍ଯ୍ୟ

  କହୁଥିଲେ ସତ କଥା 

ପ୍ରିୟ ହେବାପାଇଁ ଉଚ୍ଚ ଲୋକଙ୍କର

 ଶ୍ରେଷ୍ଠ ତ ଚାଟୁକାରିତା।୨।

ସାଧୁ ସାବଧାନ.....


ଗୋଟିଏ ତୁଣ୍ଡରେ ଛେଳି କୁକୁର ତ

 ହେଉଛନ୍ତି ଆଜିକାଲି 

ଷଣ୍ଢ କ୍ଷୀର ଦିଏ କହିଲେ ତ କେହି

  ପଣ୍ଡିତେ ମାରନ୍ତି ତାଳି।୩।

ସାଧୁ ସାବଧାନ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍