STORYMIRROR

Sunanda Mohanty

Others

4  

Sunanda Mohanty

Others

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
220


ଆକାଶ ମୋହାଛନ୍ନ କରେ 

ସାବିତ୍ରୀ ବ୍ରତ ଭାବିଲେ ଥରେ 

ସତରେ ଚିତ୍ରଗୁପ୍ତ ପାଞ୍ଜି ଧରି 

କଣ କରୁଥିବେ ଯମଦେବଙ୍କ ସଭାରେ 

ଏମିତି କେତେ ଯୁଗ ଯୁଗ ପୂର୍ବରୁ ଥରେ 

ମାଆ ସାବିତ୍ରୀଙ୍କ ପାଖେ ହାରି ଯମଦେବ 

ଆସୁନାହାନ୍ତି ମର୍ତ୍ତ୍ୟରେ ସ୍ୱଶରୀରରେ 

ତ ସାବିତ୍ରୀ ବ୍ରତ ପାଇଁ ନାରୀମାନେ 

ଶଙ୍ଖା ଚୁଡ଼ି ଶାଢ଼ୀ ଫଳମୂଳ ସିନ୍ଦୂରରେ 

ନିଜକୁ ସଜାଇ ପୂଜା ସାମଗ୍ରୀ ଭିତରେ 

ହୁଅନ୍ତି କାତର ଡାକନ୍ତି ଆତୁରେ 

ସିନ୍ଦୂରର ରକ୍ଷାକର୍ତ୍ତୀ ହୁଅ ମାଆ ବାରେ 

ସମସ୍ତଙ୍କ ପରି ମୁଁ ବି ଡାକେ ନିରନ୍ତରେ 

ଆକୁଳ ପ୍ରାର୍ଥନା କରେ ସୁହାଗିନୀ 

ସିମନ୍ତିନୀ ହେବାର ଲୋଭରେ 

ମାଆ ସାବିତ୍ରୀ ଦୁଇକୂଳର ହିତରେ 

ଯମଦେବଙ୍କୁ ପରାସ୍ତ କଲେ ବୁଦ୍ଧିବଳରେ 

ଡାକନ୍ତି ନାରୀ ସ୍ୱାମୀଙ୍କୁ ରକ୍ଷା କରିବାରେ 

ଆକାଶୁ ବରଷା ଯେବେ ଝରେ 

ଆର୍ଶୀବାଦ ମିଳେ ସତେ ହାତ ପାପୁଲିରେ 

ସିନ୍ଦୂର ନାଇ ନାରୀ ସୁନ୍ଦର ସତରେ 

ଢଳଢଳ ବରଷା ଜଳ ତଥାସ୍ତୁ କହି ଝରେ 

ଅସରନ୍ତି ଭାବନାରେ ନାରୀ ଝୁରି ମରେ 

ସଧବା ସିନ୍ଦୂର ଅଛି କି ନା ଭାଗ୍ୟରେ 

ସାବିତ୍ରୀ ପୂଜା ବିଧିବିଧାନ କରେ ଆଗ୍ରହରେ 

ସୁଲକ୍ଷଣୀ ଡେଙ୍ଗୁରା ପିଟି ଯିବ ଏ ସଂସାର ଆସରେ 

ପୂଜା ବ୍ରତ ଆଗ୍ରହରେ ପୂଜି ସାବିତ୍ରୀରେ 

ସିନ୍ଦୁରେ ସିଂଦୂରୀ ସାଜି ସାବିତ୍ରୀ ପୂଜାରେ 

ପ୍ରଣିପାତ ସାବିତ୍ରୀଙ୍କୁ ସାବିତ୍ରୀ ଓଷା ପୂଜା 

ବିଧିବିଧାନ ସିମନ୍ତିନୀ ସୌଭାଗ୍ୟକୁ ବରଣ କରେ ଆଦରରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍