Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Others

4  

Maheswar sahoo

Others

ସାବଧାନ

ସାବଧାନ

1 min
454


କେମିତି ନୃଶଂସ,    ପାମର ପିଶାଚ,

    ହତ୍ୟାକାରୀ ଭୀମ ଜନ:

ଲଗାଇ ଜାଣିନ,   ଚାରା ଗଛ ଟିଏ,

    କାଟ କାହିଁ ହୀନ ମନ::

କି ଦୋଷ କରିଛି,  କୁହ ହେ ମାନବ,

   ଦୋଷ ମୋର ଥରେ କୁହ:

ଦାନା ଯୋଗାଉଛି,  ବରଷକ ଯାକ,

    ଝରାଇ ଆଖିରୁ ଲୁହ::

ମୁକ ଅଟେ ମୁହିଁ,  କହି ପାରେ ନାହିଁ,

    ମୋ ଦୁଃଖ ଶୁଣିବ କିଏ:

ମୁହିଁ ନିରାମୟ,     ଶିଥିଳ ହୃଦୟ,

     ଜୀବନ୍ତ ନମୁନା ଟିଏ::

ଥରେ ଭାବିଦେଖ, ଦୈନିକ ଜୀବନେ,

     ଆଣ ବିପଦକୁ ଡାକି:

ବିଷାକ୍ତ ଧୁଆଁରେ,    ଭରୁଛ ଜଗତ,

    ଭୋଗିବା ରହିଛି ବାକି::

ପଥରେ ପଥିକ,    ବିହଙ୍ଗର କୂଳ,

    ଆଶ୍ରା କରିଥାନ୍ତି ମୋତେ:

ବାଦଲ ଆକୁଳେ,   ଦରଶନ ପାଇଁ,

    କରେ ବଜ୍ରାଘାତ କେତେ::

ବାୟା ହୋଇଯାଏ, ତୋଫାନି କରାଏ,

    କ୍ରୋଧରେ ସମୀର ଆଜି:

ମୃଦ୍ୟୁ ମଳୟକୁ,     ବସନ୍ତ ସଂଘାରି,

    ଘୁର୍ଣ୍ଣିବାତ୍ୟା ରୂପ ସାଜି::

ସାବଧାନ ହୁଅ,     ପାପିଷ୍ଟ ମାନବ,

    କରନା ସଂଘାର ମୋର:

ଛିଡା ହୋଇଥାଏ,    ବକ୍ଷକୁ ବିସ୍ତାରି,

   ନାହିଁ ମୋ ଜୀବନ ଡୋର::

ଆସୁ ପଛେ ବାତ୍ୟା,  ଅବା ବଜ୍ରାଘାତ,

    ଖାତର ନାହିଁ ଯେ ମୋର:

ମୁହିଁ ସେବାକାରୀ,   ପ୍ରାଣୀ ଜଗତର,

    ହତ୍ୟାରୁ ଯେ ରକ୍ଷାକର::

କାଟନା କାଟନା,  ନିର୍ଦୋଷ ଯେ ମୁଇଁ,

    ଭୟ ଏକା ମୋ ମାନବ:

ସେବାର ଫଳରେ, ହତ୍ୟାରେ ସେବୁଛ,

     ସାଜୁଛ କିଆଁ ଦାନବ::

  ******(ମହେଶ୍ୱର ସାହୁ)******

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)


Rate this content
Log in