STORYMIRROR

SADASIV SRICHANDAN

Others

3  

SADASIV SRICHANDAN

Others

ସ୍ୱପ୍ନସୁନ୍ଦରୀ

ସ୍ୱପ୍ନସୁନ୍ଦରୀ

1 min
180

ଧୀରେ ଘେନ ହେ ପଣ୍ଡିତେ  

ସୁନ୍ଦରୀ ବର୍ଣ୍ଣନା ଚିତ୍ତେ

ସ୍ୱପନେ ଭଵାନୀ ମୋତେ ଦେଲେ ଆଦେଶ

ଅମର ନୁହେଁ ସେ ଜାଣୁ

ଵର୍ଣ୍ଣିବୁ କେଶୁ ତୁ ତେଣୁ

ଦ୍ୱିତୀୟେ ବର୍ଣ୍ଣିବୁ ମୁଖ ନାହିଁ ତୋ ଦୋଷ

ଦେବୀ ଆଜ୍ଞା ହୃଦୟେ ଵହି

ଲେଖିଲି ମୁଁ ଶୁଣ ଏବେ

ଦୋଷ ନ ଚାହିଁ ।୧


ମତ୍ତ ଅଳି ପ୍ରାୟେ କେଶ

ବିଭୂଷଣେ ହୋଇ ଵେଶ

ଗରଵେ ନିନ୍ଦେ ଆକାଶ ହୋଇ ମଣ୍ଡଳୀ

ଶ୍ରୀମୁଖ ପଙ୍କଜ ଘେନି

କେଶକି ଭ୍ରମର ଶ୍ରେଣୀ

କାଦମ୍ଵିନୀ କୋଳେ ଝଟକନ୍ତି ଵିଜୁଳି

ସୁକୁନ୍ତଳ ନୀଳ କୁଟିଳ

ଲାଜେ ତୁଚ୍ଛ ହେଲା କେକୀ ପୁଛ ଗହଳ।୨


ଯମୁନା କରି ସାଧନା

ଲଜ୍ଜିତ ହୋଇଲା ସିନା

ଲହରୀ କୁଞ୍ଛିତ କଳା କରି ଜଳକୁ

କାଳେ ସେ କାଳୀୟ ବହି

କଦାପି ସମାନ ନୋହି

ଆଷାଢ ଆବିଳପ୍ରଦା ନାଶେ ଆଶାକୁ

ଵିଷ୍ଣୁ ଛେଦିଲେ ରାହୁ ଚକ୍ରେ

ବିରଵେ ବ୍ୟୋମଧୂମ ସେ

ଛେଦିଲେ ଅର୍କେ ।୩



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍