ସ୍ୱପ୍ନ ସୁନ୍ଦରୀ
ସ୍ୱପ୍ନ ସୁନ୍ଦରୀ
କିଆପତ୍ରୀ ମୋତିଜାଲୀ
ଭାଵପାଶ ଜାଲଖାଲି
ତମାଳ ବିପିନେ ଝରା କାଠି ଵିଶିଖ
ବକ୍ରଚଉରାର୍ହି ଧନୁ
ଧୈର୍ଯ୍ୟମୃଗ ଵୋଲିଗଣୁ
ବଧିବା ଆଶେ ଅତନୁ କରିଛି ସୁଖ
ବ୍ୟୋମେଧନୁ ପ୍ରଭାଗଞ୍ଜନ
ବିବିଧ କୁସୁମମାଳା ହେତୁ ଖଞ୍ଜନ ।୭
ବିଭାଗ କରି ଏମନ୍ତ
ସିନ୍ଦୁରଗାର ସୀମନ୍ତ
ମାଣିକ୍ୟର ମଥାମଣୀ ଯତନେ ଖଞ୍ଜି
ରାହୁଗଳ ସୂର୍ଯ୍ୟହସ୍ତେ
ଵିଧିବଶେ ବନ୍ଦଵସ୍ତେ
ଉଦଗାରେ ରୂପସୁଧା ଭୟରେ ମଜ୍ଜି
ନୀଳପଦ୍ମ ଦଳରେ ଜଳ
ମଥାମଣି ଉପମା ଯୋଗ୍ୟଢଳଢଳ-୮
ଗଭାକୁ ଖଇଞ୍ଚି ଘେନ
ଡୋର ଖଚିତ ରିବନ
ଯତନେ ଅଛି ତହିଁରେ ଖାଦ୍ୟକୁସୁମ
ଓଟାରି ରସିକମନ
ମୀନକୁ ନାରୀରତନ
ବନ୍ଧନେ ରଚିଵକେଳି ଛନ୍ଦେ ସୁଷମ
ଶୟନେ ଜାତ ଯେଉଁ ଶୋଭା
ନଦୀରେ ଭାଷ ଇ ଯେହ୍ନେ ଭାଦ୍ରଵଗଭା ।୯
କ୍ରମଶଃ
ରୀତିଯୁଗୀୟ ପଦସମ୍ଭାରର ଅନୁକରଣରେ ଚୋଖିରାଗରେ
ସମ୍ପୂର୍ଣ୍ଣ ନାରୀରୂପ ବର୍ଣ୍ଣନା ।
