ଆସହେ-କ୍ରାନ୍ତିପୁରୁଷ ସୁବାଷ ବୋଷ
ଆସହେ-କ୍ରାନ୍ତିପୁରୁଷ ସୁବାଷ ବୋଷ
ଦୂରରାଇଜରୁ ଡାକରା ଆସିଲା
ସୀମା ସରହଦ ଡ଼େଇଁ
ଆଜାଦହିନ୍ଦ୍ ଫୌଜତୟାର
ଫିରିଙ୍ଗି ତଡିବା ପାଇଁ ।
ଆଞ୍ଜୁଳାରେ ଟୋପେ ରକ୍ତଦେଇକି
ଵିଶ୍ୱାସ କର ଦୃଢ
ଭାରତମାତାର ସ୍ୱାଧିନତା ପାଇଁ
ଏକଲା ଏକଲା ଚଲୋ ।
ଲୋଟିଯିବାପଛେ ଫିରିଙ୍ଗିଗୁଳିରେ
ମନ ଟାଣକର ଡରିବାନି
ମାଟିମାଆ ମୁକ୍ତି ସ୍ୱାଧିନତା ପାଇଁ
ନାଲିଆଖି କାର ସହିବାନି ।
ହାତପାତି ଆମେମାଗିବା କାହିଁକି
ସ୍ୱାଧିନତାର ଭିକ୍ଷା
ମରିବା ମାରିବା ଧର୍ମ ନେଇକି
ମାଟିମାଆ କର ରକ୍ଷା ।
ପାଟିରୁ ଯାହାର ଝରିପଡୁଥିଲା
ଅଗ୍ନିସ୍ଫୁଲିଙ୍ଗ ଵାଣୀ
ଦେହରେ ଯାହାର ଚମକେ ବିଜୁଳି
ଗର୍ଵ ଦମ୍ଭରଠାଣୀ
ଆଜାଦ୍ ହିନ୍ଦ୍ ଫୌଜଗଢି
ଆଉଥରେ ଫୁଟା ହସ
ଦଙ୍ଗା,ଶୋଷଣ,ଧର୍ଷଣ ଵଢୁଛି
ମଣିଷ ପାଉଛି ତ୍ରାସ ।
ଦେଶ ସ୍ୱାଧିନତା ଵିଗତ ହେଲାଣି
ମଣିଷ ସ୍ୱାଧିନ ହେଉ
ଆଉଥରେ ଟୋପେ ରକତ ମାଗିଲେ
ଢାଳିଦେବୁ ସଵୁ ଲହୁ ।
ରାଇଜ ମଦୁଆ,ଗନ୍ଧିଆ ହେଲାଣି
ନେତାଏ ଗାଳନ୍ତି ଵିଷ
ଆଉଥରେ ତୁମେ କ୍ରାନ୍ତିପୁରୁଷ
ଆସହେ, ସୁଵାଷ ଵୋଷ ।
