ସ୍ୱପ୍ନ ସୁନ୍ଦରୀ
ସ୍ୱପ୍ନ ସୁନ୍ଦରୀ
ଵିଷ୍ଣୁପଦ ଵହି ନୀଳ
ଲୋକହସା ତହୁଁ ଫଳ
ଧୂଳିଧୂଷ ଵିହିବାତ ଗରଜେନୋହେ
ତମାଳଦଳ ବିଷର୍ଣ୍ଣ
ତୂଲ୍ୟନୋହି ହେଲା କ୍ଷୁର୍ଣ୍ଣ
ପାଚିବାରମ୍ବାରସେ ଝଡିବାଦୋଷେହେ
ତୁଳ ମାନସେ କଣ୍ଠ ନୀଳ
ଭାବେ ଵାହୁଛନ୍ଦିଉମା ଅସମାଫଳ।
ଚନ୍ଦ୍ରଜିଣି ଗଭାଫୁଲ
ଯେତେଆଉ ତାରାତୁଲ
ସପ୍ତର୍ଷିମଣ୍ଡଳଖୋଷା କୁସୁମମାଳ
ଆକାଶରତେଜ&ରାଜି
କେଶପୁଞ୍ଜେ ଛାୟାଵାଜି
ଗଙ୍ଗାଙ୍କୁସୀମନ୍ତ ଘେନ ଶୋଭାମଣ୍ଡଳ
ଲାସ୍ୟମୟୀ ଜିଣିମୟୁରୀ
ଆକାଶରାତ୍ରିପ୍ରକୃତି ସଵୁସୁନ୍ଦରୀ।
କୁଞ୍ଛିତବିଚି ଉପରେ
ମଣି ଢଳଢଳ ଧୀରେ
କାଳନ୍ଦୀରେସେ କାଳୀମଣି ପ୍ରଜ୍ଜ୍ୱଳିତ
ଉଦେହେଲା ସଂଧ୍ୟାକାଶେ
ଉଜ୍ଜ୍ୱଳ କାଵ୍ୟ ତାରାସେ
ବାରିବାହଭେଦି ଇନ୍ଦୁ ହେଲେଉଦିତ
ରତିକୂଜିତ ହା-ହୁଂ ସ୍ୱର
ଗନ୍ଧର୍ବ ଵାଦ୍ୟେନାଚେ
ଆହା ଵେଣୀହାର ।
