STORYMIRROR

SADASIV SRICHANDAN

Others

4  

SADASIV SRICHANDAN

Others

କେଡେ ସୁନ୍ଦର ଦିଶନ୍ତି

କେଡେ ସୁନ୍ଦର ଦିଶନ୍ତି

1 min
233

କେଡେ ସୁନ୍ଦର ଦିଶନ୍ତି ଆମ,ଦଧିଵାମନ

ଵଡପୋଖରୀଆ ,ଗଡହେଲା ଧନ୍ଯ

ମିଳିଲା କୋଟି ସମ୍ମାନ ।


ତିନିମୂର୍ତ୍ତି ଏଠି ପୂଜା ପାଉଛନ୍ତି

କେବଳ ଜଗା ମୁରତି

ଅଭିନଵ ଆମ ପରିକଳ୍ପନାରେ

କାହାଣୀ ରହିଛି ଭର୍ତ୍ତୀ ।


ତିନିମୂର୍ତ୍ତି ହେଵେ ନଵକଳେଵର

ଦେଉଳଟି ହେଲା ନୂଆ

ସକଳ ଦେଵତା ଆସି ପହଞ୍ଚିବେ

ଜଳିଵ ଯଜ୍ଞ ନିଆଁ ।


ଭଜନ,କିର୍ତ୍ତନ,ନାମ ସଂକିର୍ତ୍ତନ

ନାଟକ ଓ ପାରାୟଣ

ମନ୍ତ୍ରକୁ ଉଚାରି ଯଜ୍ଞ ଚାଲୁଥିଵ

ଦକ୍ଷ ଯଜ୍ଞ ଅନୁପମ ।


ରୋଷଶାଳେ ରହି ଲକ୍ଷ୍ମୀଠାକୁରାଣୀ

ନାନା,ବ୍ୟଞ୍ଜନକୁ ଦେଵେ ରାନ୍ଧି

ପଵିତ୍ର ଯଜ୍ଞରେ ସ୍ନେହ ମମତାରେ

ସକଳେ ହୋଇଵେ ଵାନ୍ଧି ।


ଶାନ୍ତିମୈତ୍ରୀ ଭାଵ ଜାଗରିତ ହେଉ

ପ୍ରତିଟି ଆତ୍ମାଅନ୍ତରେ

ଦଧିଵାଵନଙ୍କ କୃପାଦୃଷ୍ଟି ପଡୁ

ପ୍ରତିଟି ମାନଵ ଠାରେ ।


ଵୈକୁଣ୍ଠ ସମାନ ପଵିତ୍ର ହେଉ ସେ

ବଡପୋଖରୀଆ ମାଟି

ଭୂଵନ ମଣ୍ଡଳେ ପ୍ରଚାରିତ ହେଉ

ଦଧିଵାଵନଙ୍କ ନାଁଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍