STORYMIRROR

SADASIV SRICHANDAN

Others

3  

SADASIV SRICHANDAN

Others

ନିର୍ଵାଚନ ଚିତ୍ର

ନିର୍ଵାଚନ ଚିତ୍ର

1 min
217


ଶଂଖ ଵାଜୁଛି  କାନକୁ ଫଟେଇ

    ପଦ୍ମ ଫୁଟୁଛି କାନ୍ଥଵାଡେ

ଲୁଚିଛପି ନେତା  ମନ୍ତ୍ରଣାକରନ୍ତି

    ମାଘ ରାତିର ଶୀତଜାଡେ ।


କିଏସେ ବାଣ୍ଟଇ  ମଦଵୋତଲକୁ

    କିଏ ବାଣ୍ଟେ ଟଙ୍କାଵିଡା

କେଞ୍ଚଡମେଞ୍ଚଡ ପେଟେପେଟେପିଇ

     ହେଉଛନ୍ତି ଧର୍ମଛଡା ।


ବାଡେଇଛାଟି  ହାତଟା ହେଉଛି

    ଦା,ହାତୁଡି ନାହିଁ ଵଳ

ଟଙ୍କିକିଆଚାଉଳ ରାନ୍ଧିଵା ପାଇଁ କି

   ଵଢିଯାଏ ଗ୍ୟାସ ଦର ।


କେଉଁଠି କୁକୁଡା  ମୋଡାହୁଏ ପୁଣି

    କେଉଁଠାରେ ଭୋଜି ଖାସି

କାହାର ଗଳାରେ  ଫୁଲମାଳ ପଡେ

    କାହାଗଳେ ଲାଗେ ରଶି ।


ଅନ୍ଧାର ରାତିରେ  ନେତାଙ୍କ ମନ୍ତ୍ରଣା   

     ନିର୍ଜ୍ଜନଟା ଘାରେ ଭୟ

ଧର୍ଷଣ,ଲୁଣ୍ଠନ ଅତ୍ୟାଚାର ଵଢେ

     ଆଖିରୁ ଝର ଇ ଲୁହ।


ଦଳଡିଆଙ୍କର  ରାଜୁତି ବଢ ଇ

    ନିରିହ କାନ୍ଦ ଇ ଵସି

ଆଖିଆଗେ ତାର ନିର୍ବାଚନ ଚିତ୍ର

    ଜଳଜଳ ଯାଏ ଭାଷି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍