STORYMIRROR

SADASIV SRICHANDAN

Others

3  

SADASIV SRICHANDAN

Others

ଚୌକିଦାର ମୁଁ

ଚୌକିଦାର ମୁଁ

1 min
171


ମାଆପରି ଯେଉଁ  ଗାଆଁ ଆମହୃଦେ

     ଭରିଲା ସକଳ ସ୍ନେହ

ଛାତିଚିରି ତାର    ଅମୃତ ରସରେ

     ତୃପତ ସକଳ ଜନ ।


ତା ପାଣି ପବନ ଅମୃତ ଚନ୍ଦନ

    ଶରୀରେ ଆଣ ଇ ବଳ

ଵୃକ୍ଷଲତା ଯାର ଛାଇ ସୁଶୀତଳ

    ଦ୍ୟନ୍ତି ମିଠାମିଠା ଫଳ ।


କପୋଳେ ଯାହାର ସକାଳ ସୁରୂଜ

     ସୁନ୍ଦର ସିନ୍ଦୂର ଟୋପା

ଗଭାରେ ତାହାର ରାତି ଆକାଶର

    ତାରକା ମଣ୍ଡିତ ଶୋଭା ।


,ସେହି ଗାଆଁ ର ମୁଁ ଛାତିକି ଵିଦାରି

     ଆକାଶର ଛତାତଳେ

ଚୌକିଦାର ଆଜି ମଙ୍ଗୁଳି ଜେନା ମୁଁ

     ପରିଚିତ ଘରେଘରେ ।


ମୋ ଜନମ ମାଟି ମୋର ପ୍ରିୟ ଗାଁଆ

    ସେଵା ପାଇଁ ଭାରି ଇଛା

ଇତିହାସ ଯାର ଅଲିଖିତ ଆଜି

     ମୁଖେମୁଖେ ଖାଲି ଚର୍ଚା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍