STORYMIRROR

SADASIV SRICHANDAN

Others

3  

SADASIV SRICHANDAN

Others

ଆସହେ ଫକିରମୋହନ

ଆସହେ ଫକିରମୋହନ

1 min
123


ମକର ସଂକ୍ରାନ୍ତି  ତମ ଜନ୍ମତିଥି

    ପବିତ୍ର ଆଜିର ଦିନ

ବାଲେଶ୍ୱର ଜିଲ୍ଲା  ପଵିତ୍ର ମାଟିରେ

    ଜନ୍ମ ଫକିରମୋହନ ।


ତୁମଜନ୍ମଦିନେ   ମନେପକାଉଛୁ

    ଆସହେ ଫକିରମୋହନ

ମାଟିମାଆ ଭାଷା   ସୁରକ୍ଷାର ନିଶା

     ପାଇଁ ଦିନେ ଅଣ୍ଟାଭିଡି

ଭାଷାସରସ୍ୱତୀ    ଲଭିଲ ଉପାଧି

    ମୁଣ୍ଡରେ ପଗଡି ଭିଡି।


ଓଡିଆଭାଷାର   ତୁମେଵ୍ୟାସଦେଵ

    ଲଢି ଭାଷା ଆନ୍ଦୋଳନ

ସେନାପତି ପଦ  ସାର୍ଥକ କରିଲ

    ଆମଭାଷା ହେଲା ଧନ୍ଯ 

ଜନ୍ମଦିନେ ଆଜି  ମନେପଡେ ସ୍ମୃତି

    ଆସହେ ଫକିର ମୋହନ ।


ରେବତୀ,ଲଛମା  ସାରିଆ,ଭଗିଆ

    ଝୁରନ୍ତି ତୁମକୁ ନିତି

ତୁମ ସ୍ଵରଲିପି   ହୃଦେହୋଇ ଆଙ୍କି

    ସ୍ପନ୍ଦନେ ତୋଳୁ କ୍ରାନ୍ତି ।


ଆସ ବ୍ୟାସକବି   ଭାଷା ସରସ୍ୱତୀ

   ଆସହେ ଫକିରମୋହନ

ଝୁରୁଛି ଓଡିଶା   ଓଡିଆ ଭାଷା

    ଝୁରେ ତୁମ ଶାନ୍ତିକାନନ

ତୁମ ଜନ୍ମଦିନେ  ମନେପଡେ ସ୍ମୃତି

    ଆସହେ,ଫକିରମୋହନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍