STORYMIRROR

Jayashree Maharana

Others

3  

Jayashree Maharana

Others

ସ୍ୱପ୍ନ

ସ୍ୱପ୍ନ

1 min
185

ନିର୍ଜନ ନିସ୍ତବ୍ଧ ଯାମିନୀ କୋଳରେ

ଶୋଇଯାଇଥିଲି କିଛି ସମୟ

ନିଦ୍ରିତ ଆଖିରେ ସପନ ଭରିଲା

ହୋଇଗଲା ମୋର ମନ ତନ୍ମୟ ।


ଜହ୍ନ ରାଇଜରେ ଘର ତୋଳିଥିଲି

ତାରାମେଳେ କରୁଥିଲି ଭ୍ରମଣ

ଆକାଶ ବୁକୁରେ ନିଦ୍ରା ଯାଇଥିଲି

ନିଶ୍ଚିନ୍ତାରେ ଭୁଲି ସବୁ କଷଣ ।


କଳା ମେଘ ଘେରା ବିସ୍ତୀର୍ଣ୍ଣ କୋଠରୀ

ଶୂନ୍ୟ ହୃଦୟରେ ନଥିଲା ଆଶା

ଆତ୍ମତୃପ୍ତିପୂର୍ଣ୍ଣ ଜୀବନେ ମୋହର

ଭରି ରହିଥିଲା ଜୀଇଁବା ନିଶା ।


ଦୁଃଖ ଯାତନାର ନଥିଲା ପ୍ରବେଶ

ସୁଖମୟ ଥିଲା ପ୍ରତିଟି କ୍ଷଣ

କଳ୍ପନା ବିସ୍ତାରି ସପନ ରାଇଜେ

ବାସ୍ତବତା ପାଇଁ ନଥିଲା ସ୍ଥାନ ।


Rate this content
Log in