ସ୍ୱପନ
ସ୍ୱପନ
ସ୍ବପ୍ନ ଏଠି ବାଲିଘର
ସମୁଦ୍ର ତରଙ୍ଗ ରେ ଯାଏ ଧୋଇ
ଭାଙ୍ଗିଯାଏ କେତେବେଳେ
ଜାଣିପାରେ ନାହିଁ ।
ସ୍ବପ୍ନ ଯେ ଅନେକ ଆସିଛି
ତାହାକୁ ସଫଳ କରିବାର
ଛୋଟ ଆଶାଟେ ରହିଛି ।
ସ୍ବପ୍ନ ଦେଖି କେତେବେଳେ
କଟିଯାଏ ବେଳ
ଜାଣିହୁଏ ନାହିଁ ତାର
ସମୟର କାଳ ।
ସ୍ବପ୍ନ କେତେ ଦେଖିଯାଏ ଜାଣିପାରେ ନାହିଁ
ଭାଙ୍ଗିଯାଏ ଯେତେବେଳେ
ଦେହକୁ ଥରାଇ।
ସ୍ବପ୍ନ ଦେଖି ଯେତେବେଳେ
ଉଠିପଡେ ମୁହିଁ
ନୀରବରେ ଆସିଥାଏ
ମନକୁ ଶୀତଳ କରାଇ । ସ୍ବପ୍ନ ଆସେ କେତେବେଳେ
ନୂଆ ଆଶା ନେଇ
ସଫଳ କରିବା ପାଇଁ ତାକୁ
ଭାବୁଥାଏ ମୁହିଁ ।