ଫୁଲ
ଫୁଲ
1 min
263
ମୋର ନାଁ ଟି ଫୁଲ
କେତେ ସୁନ୍ଦର ମୁଁ କେତେ ମଧୁର
ସକାଳୁ ଫୁଟି ସଞକୁ ପଡେ ଝଡି ।
ମୋର ବାସ୍ନା ରେ ଥାଏ କେତେ ମହକ
ଭ୍ରମର, ମଧୁମାଛି ଆଦି ଆସନ୍ତି ଧାଇଁ
ଫୁଲରସ ସଂଗ୍ରହ କରିବା ପାଇଁ ।
ବିଭିନ୍ନ ରଙ୍ଗର ଅଟଉ ଆମ୍ଭେ
ସବୁଜ ପତ୍ର ରେ ସୁନ୍ଦର ଦିଶୁଥାଉ ସର୍ବେ ।
ଛୋଟ ଫୁଲଟିଏ ହେଲେ ମଧ୍ୟ ମୁହିଁ
ପ୍ରଭୁଙ୍କ ପାଦରେ ଲାଗଇ ଯାଇଁ ।
ଗୋଲାପ ଗଛରେ କେତେ ଯେ କଣ୍ଟା
ହସୁଥାଏ ସିଏ ସଦାସର୍ବଦା ।
ଛୋଟ ଫୁଲଟିଏ ହେଲେ ମଧ୍ୟ ମୁହିଁ
ବଜାରରେ ମୋର କେତେ ଯେ ମୂଲ।
ପ୍ରଭୁଙ୍କ ପାଦରେ ଲାଗଇ ମୁହିଁ
ବାସିହେଲେ ମୋତେ ଦିଅ ପକାଇ ।
ଫୁଲ ଫୁଲ ଫୁଲ
ମୋର ନାଁ ଟି ଫୁଲ ।
