STORYMIRROR

Monalisa Mallick

Others

3  

Monalisa Mallick

Others

ବନ୍ଧୁ

ବନ୍ଧୁ

1 min
249

ବନ୍ଧୁ ତୁମେ ମୋର 

  ଅତି ଆପଣାର 

ସେନେହ ଡୋରିଟିକୁ

  ବାନ୍ଧିଲ ଯେ ତୁମର।

ବନ୍ଧନରେ ବାନ୍ଧିଦିଏ 

  ବନ୍ଧୁଟିଏ ଯେମିତି 

ଭୁଲି ହେବ ନାହିଁ ତାର 

  ସେନେହ ଡୋରିକୁ।

ବିପଦ ଆପଦରେ ତୁମେ

  ହୋଇଛ ମୋ ସାହା

ଦୁଃଖ ସମୟରେ ତୁମେ 

  ଦେଇଛ ଅନେକ ରାହା।

ତୁମ ପାଇଁ ବନ୍ଧୁ 

   ଅନେକ ବାଟ ମୁଁ ଚାଲିଛି 

କେତେ କେତେ ଦୁଃଖ କଷ୍ଟ 

   ଭୁଲି ମୁଁ ଯାଇଛି ।

ଏମିତି ରହିଥାଅ ତୁମେ 

   ସାଥିରେ ମୋହର 

ବଂଚିଥିବା ଯାଏ ଦିନ ବିତିଯାଉ

   ସାଥି ରେ ତୁମର।

ଭୁଲି ନାହିଁ କି ଭୁଲି ପାରିବିନି

   ଏ ଜୀବନରେ ତୁମକୁ 

ଭୁଲିବି ଯଦିଓ କହିପାରୁ ନାହିଁ 

   ନିଆଁରେ ଜଳିବା ଯାଏ କି ।

ମରଣ ହୋଇବ ଯେଉଁଦିନ ମୋର 

   ମଶାଣିରେ ଜଳିବ ମୋର ଚିତା

ସେହିଦିନ ପଛେ ଭୁଲିଯିବି

   ବନ୍ଧୁ ତୁମ ସଭିଙ୍କ କଥା ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍