ଭଙ୍ଗା ହୃଦୟ
ଭଙ୍ଗା ହୃଦୟ
ହୃଦୟ କୁ ମୋର
ଖେଳନାଟି ଭାବି
ଭାଙ୍ଗିଦେଇ ଚାଲିଗଲା ।
ଭାବିଲାନି ଦିନେ
ସେଇ ଖେଳନାଟି
କେତେ ପ୍ରିୟ ତାର ଥିଲା ।
ଭଙ୍ଗା ଖେଳନାଟି
ଆଉ କିମ୍ବା ଯୋଡି ହେବ
ଯୋଡି ହେବ ଯଦି
କହିହେବ ନାହିଁ
ଦାଗ ତାର ରହିଯିବ।
କାହା ହୃଦୟକୁ
ଖେଳନାଟି ଭାବି
ଖେଳିବୁନି କେବେ ତୁହି
ଆଖିର ଲୁହ
ତା ଅଭିଶାପ ହୋଇ
କନ୍ଦେଇବ ତତେ ସେହି ।
ଖେଳନା ଭାବି ତୁ
ଭାଙ୍ଗି ଦେଲୁ ସିନା
ହୃଦୟକୁ ମୋର ତୁହି
ହେଲେ ସେଇ ଖେଳନାର
ମୂଲ୍ୟ ଯେ କେତେ
ବୁଝି ତୁ ପାରିବୁ ନାହିଁ ।
ଯେବେ ତୋ ହୃଦୟକୁ
କିଏ କେବେ ଖେଳନାଟି ଭାବି
ଭାଙ୍ଗିଦେଇ ଚାଲିଯିବ
ସେବେ ତୁ ବୁଝିବୁ
ଏହି ଖେଳନାର ମୂଲ୍ୟ ଯେ କେତେ ।