ପ୍ରେମ
ପ୍ରେମ
ପ୍ରେମ ଚିରନ୍ତନ, ପ୍ରେମ ସତ୍ୟ
ପ୍ରେମ କେବେ ପୁଣି
ଛଳନାର ପତୀକଟିଏ।
ପ୍ରେମ କେବେ ପୁଣି
ଦିଗହରା ପକ୍ଷୀଟିଏ ପରି
କେଉଁ ଡାଳରେ ଯେ ବସିଯିବ ।
ପ୍ରେମ କେବେ ପୁଣି
ଆକାଶର ମେଘଟିଏ ପରି
କେତେବେଳେ ବରଷିଯିବ ଧରିତ୍ରୀର ଉପରେ।
ପ୍ରେମ କେବେ ପୁଣି
ଝରଣାର ପାଣି ପରି
କେତେବେଳେ କେଉଁ ଆଡକୁ ବୋହି ଯିବ ।
ପ୍ରେମ କେବେ ପୁଣି
ସକାଳର ସୂର୍ଯ୍ୟଟି ପରି
କିରଣ ପ୍ରଦାନ କରି ଚାଲିଯିବ ।
ପ୍ରେମ କେବେ ପୁଣି
ରାତ୍ରିର ଶୀତଳ ଚନ୍ଦ୍ରଟିଏ ପରି
ଅନ୍ଧକାରରେ ଜ୍ୟୋତ୍ସ୍ନା ଢାଳିଦେଇ ଯିବ ।
ପ୍ରେମ କେବେ ପୁଣି
ରାତ୍ରିର ଅନ୍ଧକାର ପରି
ଜୀବନକୁ ଅନ୍ଧାର କରିଦେଇ ଚାଲିଯିବ ।
ପ୍ରେମ କେବେ ପୁଣି
ଇନ୍ଦ୍ରଧନୁର ସାତ ରଙ୍ଗ ପରି
ଜୀବନକୁ ରଙ୍ଗୀନ କରି ଚାଲିଯିବ ।