ସ୍ୱାର୍ଥପର
ସ୍ୱାର୍ଥପର
1 min
287
ନିଜ କାମ ଥିଲେ, ଭାଇ ବନ୍ଧୁ ହୋଇ,
କରନ୍ତି ଯେ ଉପକାର
ଭାବ ବିନିମୟ, ଆମୋଦ ପ୍ରମୋଦ,
ହୋଇ ସଖା ସହୋଦର ।
ନିଇତି ଆସନ୍ତି, ପାଖରେ ବସନ୍ତି,
ଯେମିତି ରକ୍ତ ସମ୍ପର୍କ
ଛଦ୍ମ ବେଶ ସାଜି, ହୁଅନ୍ତି ନିଜର,
ହୃଦୟେ ନ ରଖି ତର୍କ ।
ସମୟ ସୁଅରେ, କୁଟା ଖଣ୍ଡେ ପରି,
ଭାସୁଥିବେ ଆମେ ନୀତି
ସ୍ୱାର୍ଥପର ଜନ, ହୋଇ ହୀନ ମନ,
କରନ୍ତି ଅକୁହା ପ୍ରୀତି ।
ସକାଳେ ଉଠିଲେ,ଦେଖିବେ ତା’ ମୁଖ,
ନିଜ କର୍ମ ଧର୍ମ ପାଇଁ
ଅକୁହା ଆସିବେ, ହୋଇ ଆଗଭର,
ବନ୍ଧୁତ୍ୱ ରଖିବା ପାଇଁ ।
ଭାବୁଥିବେ ସଦା, ନିଜ ଅମଙ୍ଗଳ,
ଉପରେ ଛିଞ୍ଚିବେ ପାଣି
ସ୍ଵାର୍ଥପର କେବେ, ହୁଏନି ନିଜର,
ଅକୁହା ସ୍ୱର୍ଥୀ କାହାଣୀ ।
