ସ୍ୱାଧୀନତା
ସ୍ୱାଧୀନତା
1 min
917
ପଞ୍ଜୁରୀରେ ଥିବା ଶୁଆକୁ
ପଚାରିଲି ମୁଁ ମିତ
ଜାଣିଛୁ କି ତୁହି ଜୀବନେ
ସ୍ବାଧୀନତାର ଅର୍ଥ ।
ଗମ୍ଭୀର ସ୍ୱରରେ କହିଲା
ହୋଇ ବନ୍ଦୀରୁ ମୁକ୍ତ
ନିଶ୍ଚୟ ଗାଇବି ସଙ୍ଗାତ
ସ୍ୱାଧୀନତାର ଗୀତ ।
ଶୁଣି ତା'ର କଥା ପଦକ
ମର୍ମ ବୁଝିଲା ଚିତ୍ତ
ଖୋଲିଦେଲି ପଞ୍ଜୁରୀକୁ ମୁଁ
ସେ ତ ହୋଇଲା ପ୍ରୀତ ।
ଡେଣା ଝାଡ଼ି ନୀଳ ଆକାଶେ
ଉଡେ ତେଜିଣ ଭୀତ
ଅନ୍ୟ ଅଧୀନରେ ଜୀବନ
କଷ୍ଟଦାୟକ ସତ୍ୟ ।
ନିଜ ଇଚ୍ଛା ବଳେ ବଞ୍ଚିବା
ସ୍ବାଧୀନତାର ତତ୍ତ୍ୱ
ଲୁପ୍ତ ହୋଇଯାଏ ଯାତନା
ସୁଖ ମିଳଇ ନିତ୍ୟ ।
କେବେ କାହା ସ୍ୱାଧୀନତାକୁ
କର ନାହିଁ ଯେ ହତ
ସ୍ୱାଧୀନତା ଆମ ଜୀବନେ
ଏକ ଅମୂଲ୍ୟ ବିତ୍ତ ।
