STORYMIRROR

NIBEDITA MOHAPATRA

Others

2  

NIBEDITA MOHAPATRA

Others

ଋତୁରାଜ ବସନ୍ତ

ଋତୁରାଜ ବସନ୍ତ

1 min
698



ବଦଳି ଯାଇଛି ଏବେ ଧରାର ରୂପ

ପାଇଛି ସେ ଶୀତଳ ମଳୟ ସ୍ପର୍ଶ।

ପୁଷ୍ପ ରତ୍ନରେ ଦେଖ ହୋଇ ବିଭୂଷିତ

ରାଜସମ୍ଭାର ଘେନି ଆସେ ଋତୁରାଜ ବସନ୍ତ।

ବୃକ୍ଷରେ ଭରିଛି ନାନା ବର୍ଣ୍ଣର ପତ୍ର

ଦ୍ରୁମଲତା ଅଙ୍ଗେ ଶୋଭା ନବ ପଲ୍ଲବ।

ଆମ୍ର କୁଞରେ ଭରିଛି ଆମ୍ର ମୁକୁଳ

ପତ୍ର ଗହଳେ ରୂପ ତାର କି ମନୋହର।

ସୁମଧୁର ଶୁଭେ କୋଇଲିର କୁହୁ ତାନ

ତା ସାଥେ ଅପୂର୍ବ ଭଅଁରର ମଧୁପାନ।

ଉପବନ ଶୋଭାମୟ କୁସୁମ ପରଶେ

କାଞ୍ଚନ,ବକୁଳ,ମାଧବୀ,ଅଶୋକର ସାଥେ।

ଦକ୍ଷିଣା ପବନ ପୁଣି ହୋଇ ପ୍ରବାହିତ

ଶୀତଳ ସ୍ପର୍ଶରେ କରେ ତନୁ ମନ ପୁଲକିତ।

ପତ୍ର ସମ୍ଭାରେ କୃଷ୍ଣଚୂଡା ହୁଏ ପ୍ରସ୍ଫୁଟିତ

ଲୋହିତ ବର୍ଣ୍ଣରେ ତାର ବୃକ୍ଷ ସୁଶୋଭିତ।

ବାଜି ଉଠେ ବନ କଣ୍ଠେ ଆଗମନୀ ସଂଗୀତ

ସଭିଏଁ ଉଲ୍ଲସିତ ତାକୁ କରିବେ ସ୍ଵାଗତ।

ସବୁ ପ୍ରତିକ୍ଷାର ଦେଖ ଘଟିଛି ଅନ୍ତ

ଶୋଭାର ଭଣ୍ତାର ଧରି ଉପଗତ ବସନ୍ତ॥


ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ପୁରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍