STORYMIRROR

Sujata Badajena

Others

2  

Sujata Badajena

Others

ଋତୁ ଆଜି ଅଫେରା ଫଗୁଣ

ଋତୁ ଆଜି ଅଫେରା ଫଗୁଣ

1 min
716


ସଜନୀ ରେ,

ଋତୁ ଆଜି ଅଫେରା ଫଗୁଣ

ବୈଶାଖୀ ର ଲେଲିହାନ ଶିଖା

ଜାଳେ ମୋ ପରାଣ

ମରୀଚିକା ଘର କରି ରହିଗଲା

ଆଖି ଝରକା ରେ

ସ୍ବପ୍ନ ପରା ନେଲା କବର

ଦୂର ସେଇ ଜହ୍ନ ରାଇଜ ରେ

ସରିଗଲା ଅପେକ୍ଷା ର ଋତୁ

ଝରିଗଲା ଫୁଲ ତା ବୃନ୍ତ ରୁ

ଲୁହ ବି ଚାଲିଗଲା ରୁଷି

ଅଫେରା ପଲକ ଧାର ରୁ..

ସଜନୀ ରେ,

କେହି ଜଣେ ଫେରିବାର ନାହିଁ

ତଥାପି କାହିଁ ମନ ଝୁରେ

ଅଦିନ ଶ୍ରାବଣ ବର୍ଷିଲେ

ସ୍ମୃତି ସବୁ ଡାଳ ପତ୍ର ମେଲେ

ବିରହ ରେ କେତେ ଯେ ଯନ୍ତ୍ରଣା

ତୁ କାଁହୁ ବୁଝିବୁ ସଜନୀ

ମନ ଥରେ ଚୋରି ହେଲା ପରେ

ସାଥି ବିନା କି ଦିବା ରଜନୀ

ପ୍ରତାରଣା ଯିଏ ଦେଇଗଲା

ସେକି ବୁଝେ ଛାତି ତଳ ଦୁଃଖ

ଦୁଃଖ ସହ ମିତ ହେଲା ପରେ

ଲୋଡ଼ା କହ ଆଉ କିବା ସୁଖ.




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍