STORYMIRROR

Arati Sahoo

Others

3  

Arati Sahoo

Others

ରଥଯାତ୍ରା

ରଥଯାତ୍ରା

1 min
14K


ଜୀବନ ରଥର କିଏ ସେ ଅଦୃଶ୍ୟ କାରିଗର?

କିଏ ସେ ନିପୁଣ ଚାଳକ ତାହାର,

ଅନାଦି କାଳରୁ ଗତିମାନ,

ଅନନ୍ତ ଯାତ୍ରା ସତେ,

ଯାତ୍ରାର ନାହିଁ ଲକ୍ଷ୍ୟ ସ୍ଥଳ,

ନାହିଁ ତାର ନିର୍ଣ୍ଣିତ ସ୍ଥ୍ଥି୍ତି।

ଦିଗହରା, ସମୟର ଧାରାରେ

ଚାଲିବାକୁ ବାଧ୍ୟ।

ଦଣ୍ଡ ବିତିଯାଏ,

ଏମିତି ବି ବିତେ ଦିନ।

ଦ୍ଵାଦଶ ମାସ ଷଡଋତୁର

ସାହଚର୍ଯ୍ୟ ପାଇ।

ଜୀବନ ଥମେନା,

ଯେତେ ସବୁ, ଦୁଃଖ ଦୈନ୍ୟ,

ଜରା ବ୍ୟାଧି ସବୁ ଏକତ୍ରିତ ହୋଇ ମଧ୍ୟ

କବଳିତ କରି ପାରନ୍ତିନି।

ଅଟକାଇ ପାରନ୍ତିନି।

ଯଦିଓ କ୍ଷଣକ ପାଇଁ,

ଜୀବନ ହୁଏ ତିରୋହିତ।

ପୁଣି ଥରେ ଜୀବନର ରଥ,

ଆପେଆପେ ହୁଏ ଅଙ୍କୁରିତ।

ପୁନଶ୍ଚ ସଜିଲ ହୁଏ

ଯିବାକୁ ଆଉ ଏକ

ଅନନ୍ତ ଯାତ୍ରାରେ।

ଗୁଣ୍ଡିଚା ମନ୍ଦିରରୁ କୋଇଲି ବୈକୁଣ୍ଠ,

ଜରଠାରୁ ଶ୍ମଶାନ,

ଷଠୀ ଘରୁ ସ୍ଵର୍ଗଦ୍ୱ।ର,

ମାଆ କୋଳରୁ ପୁତ୍ର ସ୍କନ୍ଧ।

ଆରମ୍ଭ ଥାଇ ମଧ୍ୟ ନିରାରମ୍ଭ,

ଅନ୍ତ ଥାଇ ସୁଦ୍ଧା ଅନନ୍ତ।


ଆରତୀ ସାହୁ( ଆଶା)

ବସନ୍ତ ବିହାର

ନୂଆଦିଲ୍ଲୀ


Rate this content
Log in