STORYMIRROR

Santosh Pattnayak

Others

5.0  

Santosh Pattnayak

Others

ରଥଯାତ୍ରା

ରଥଯାତ୍ରା

1 min
13.5K


ବଡ ଦିଅଁ ବୋଲି ସବୁ ବଡ଼ ହେଲା

ଗାଧୁଆ ବି ବଡ଼ ତୁମ

ଶହେ ଆଠ ଗରା ଗାଧୋଇବା ପଛେ

ଭକ୍ତ ଦରଶନେ ମନ...

ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ

ବିଧିମତେ ଗାଧୋଇବା

ଏହି ପରା ତୁମ ପୂରୁବ ପ୍ରସ୍ତୁତି

ରଥଯାତ୍ରା କରାଇବା....

ଭକତର ପ୍ରାଣ ଭକତ ସ୍ପନ୍ଦନ

ଭକତର ଲାଗି ଯାତ

ନବ ଯଉବନେ ଦେଇ ଦରଶନ

ଭକ୍ତ ହୃଦେ ଅବସ୍ଥିତ.....

ଗୁଣ୍ଡିଚା ରାଣୀଙ୍କ କଥା ରଖି ପ୍ରଭୁ

ଆରମ୍ଭିଲ ଏହି ଯାତ

ସ୍ନାନ ମଣ୍ଡପରୁ ଆରମ୍ଭ ହୁଅଇ

ନୀଳାଦ୍ରି ବିଜେ ସମାପ୍ତ....

ଶିରୀ ମନ୍ଦିରରେ ଦ୍ଵାଦଶ ଯାତରା

ପ୍ରଧାନ ଏ ରଥଯାତ

ଘୋଷଯାତ୍ରା ସହ ଗୁଣ୍ଡିଚା ଯାତରା

ନାମରେ ବି ଏ ବିଖ୍ୟାତ....

ରଥ ଯାତରାର ଆଠଗୋଟି ଦିଗ

ପ୍ରଥମେ ସ୍ନାନ ଉତ୍ସବ

ଦ୍ଵିତୀୟେ ଅନବସର ତୃତୀୟରେ

ହୋଇଥାଏ ନେତ୍ରୋତ୍ସବ....

ଚତୁର୍ଥେ ପଡଇ ଗୁଣ୍ଡିଚା ଯାତରା

ପଞ୍ଚମେ ହେରା ପଞ୍ଚମୀ

ଷଷ୍ଠରେ ଆସଇ ଆଡ଼ପ ପରବ

ଭକ୍ତ ନାଚୁଥାନ୍ତି ଝୁମି....

ସପ୍ତମରେ ହୁଏ ବାହୁଡା ଯାତରା

ଅଷ୍ଟମେ ନୀଳାଦ୍ରି ବିଜେ

ନନ୍ଦିଘୋଷେ ଦେଖି ପ୍ରଭୁ ଜଗନ୍ନାଥ

ଭକତର ଦୁଃଖ ହଜେ....

ଜଗତର କର୍ତ୍ତା ସର୍ବ ହୃଦ ସ୍ଥିତା

ପତିତ ଉଦ୍ଧାର ପାଇଁ

ବରଷକେ ଥରେ ମନ୍ଦିର ବାହାରେ

ଆସିଥାନ୍ତି ପରା ଧାଇଁ...

ବିଶ୍ଵରେ ବିରଳ ଆମରି ଉତ୍କଳ

ପ୍ରଭୁ ଜଗନ୍ନାଥ ପାଇଁ

ତାଙ୍କରି ନାମଟି ତୁଣ୍ଡେ ଥାଉ ସଦା

ଗରବେ ଓଡ଼ିଆ ହୋଇ....


Rate this content
Log in