ରଥଯାତ୍ରା
ରଥଯାତ୍ରା
1 min
11
ଆଷାଢ଼ ଶୁକଳ୍ ଦ୍ୱିତୀୟା ଦିନ।
ଉଚ୍ଛନ୍ନ ହେଉଥାଏ ଜଗାମନ।।
ଯାନ୍ତି ମାଉସୀ ଘର ବୁଲିବାକୁ।
ଭାରି ପସନ୍ଦ ପୋଡପିଠା ତାଙ୍କୁ।।
ଭକତେ ଟାଣିବେ ରଥ ଦଉଡ଼ି।
ରଥ ଗଡିବ ହୋଇ ଗିଡି ଗିଡି ।।
ବାଆର ମାସେ ତେଏର ପରବ।
ରଥଯାତ୍ରା ବୋଲି ଅଟେ ଗରବ।।
ମୃଦଙ୍ଗ କୀର୍ତ୍ତନ ଧରି ସାଥିରେ।
ଯାଅ ମାଉସୀ ଘର ଆନନ୍ଦରେ।।
ସୁଖାଦ୍ୟ ଖାଅ କେତେ ଖିରି ପୁରି।
ନଅ ଦିନ ପରେ ଆସ ପୁଣି ଫେରି।।
ପ୍ରଥମେ ବଳରାମ ତୃତୀୟେ କହ୍ନାଇ।
ମଝିରେ ବସିଥାନ୍ତି ଶୁଭଦ୍ରା ଦେଇ।।
ଆଶିର୍ବାଦ ରହିଥାଉ ତୁମର।
କରୁଛେଁ ପ୍ରଣାମ ଘେନିବ ଇଶ୍ଵର।।
