ଖରା ମାସ
ଖରା ମାସ
1 min
5
ଖରା ମାସ ଜାଇଛେରେ ଆସି,
କେଡେ ସୁନ୍ଦର ଲାଗୁଛେ ଖେଲେ ବାସି।
ଝଡି ଯାଉଛେ ଗଛର ପତର,
ଗାଁର ଛକେ ଦେଖବ ଜଳ ଛତର।
ଖରା ଦିଦେଉଛେ ଅ ସମାଲ୍,
ଦିହିଁ ସାରା ବୋହି ଯାଉଛେ ଝାଳ।
ଜୋର ବନ୍ଦର ପାଏନ ଯାଉଛେ ଅଁଟି,
ରଚେକ ପେଁନେ ହେବାର ପଡୁଛେ ଝିଟି।
ଧୁକନା କେ ସଭେଁ ଯାଉଛନ ଭୁଲି,
କୁଲର ଏସି ଆଏଲା ଦିନୁ ଚାଲି।
ଖରାକେ ଆଏଁଖ ଯାଉଛେ ପିତଲି,
ଅପେକ୍ଷା କେତେ ବେଳେ ହେବା ଶୀତଳି।
ଜମିକୁ ଦେଖିଲେ ଦେଇଚେ ଫେଟ,
କେତେ ଯେ ତାତୁଅଛେ ରାସ୍ତା ଘାଟ।
ଖାଏବାକେ ମିଲସି ଫଳ ମୂଳ,
କୁସୁମ ଚାହାଁର ଆମ୍ବ ବେଳ।
ଭେଲୁଆ ଖଜୁର ଘୋଲିଜାମ,
ଥିପି ପଡସି କଲେ ଟିକେ କାମ।
ଚାଲିଛେରେ କେନ୍ଦୁ ପତର ତୁଲା,
ଯାଉଛନ ଘରର୍ ମେଇ ପିଲା।
ନେଉଛୁଁ ବିକି ବାନ୍ଧି ବିଡା ବିଡା,
ପାଏସୁଁ ନୋଟ ପୁରା କଡ କଡା।।
