ଆମର ଚାଷ
ଆମର ଚାଷ
1 min
7
ମେଘ ଢାକି ପାଏନ ବରଷଲା
ଜମି ତସବାର ବତର ହେଲା ।
ଆଜ କାଏଳ ବାହାରଲାନ ଟ୍ରାକଟର
କିଏ ନେଇ ହେବାର ହରବର ।
ବୁଣୁଛନ ଧାନ ଫିକୁଛନ ତଲି
ହଳ ଲଙ୍ଗଳ ସଭେ ଯାଉଛନ ଭୁଲି ।
କେତେ ଜଲଦି ଦେଉଛେ ଗଜା ହେଇ
କାମେ ଲାଗି ପଡ଼ଶି ଚାଷୀ ଭାଇ ।
ହେଲେ ଇନ୍ଦର ସାହା ଭରଷା
ସରେଇ ଦେସୁଁ ରୋପା ବିଇସା ।
ପଡ଼ସି ଝିକବା କେ ଝାର
ପକାସୁଁ ନାନା ପରକାର ସାର ।
ଚାଷୀର ଲାଗି ଚାଷ କରିବା
ଚାଷ ନେଇହେଲେ କେନ୍ତା ଚଲବା ।
ଜଗି ରହି ଥିସୁଁ ପାଏନ ବର୍ଷା
କରି ଥିସୁଁ ଉପର ବାଲାକେ ଭର୍ଷା।
