ରଫ୍ ଖାତା ଆଉ ବାକିଖାତା
ରଫ୍ ଖାତା ଆଉ ବାକିଖାତା
1 min
433
କିଛି ଦିନ କଟିଗଲା ରଫ୍ ଖାତାରେ,
ଏଣୁ ତେଣୁ ଗାରେଇ ଗାରେଇ ଚାଲିଲେ
ହୁଏତ ନିଜ ଅଜାଣତରେ।
ଏବେ ଆଉ ବୋଧହୁଏ କିଛି ଆବଶ୍ୟକ ନାହିଁ ତା'ର
କାହିଁକି ନା
କିଛି କଥା କିଛି ବ୍ୟଥା
ବୁଝିବାର ବୟସ ହୋଇ ଯାଇଛି।
ଆଉ ଏକ ନୂଆ କିଛି
ଏବେ ସବୁ କିଛି ବାକି ଖାତା
ସବୁ ତ ଲେଖା ହୁଏ
ଅସୁଲ ନ ଥାଏ।
କେବେ ହେବ କି ନହେବ
ତାର ବି କିଛି ଠିକ୍ ଠିକଣା ନଥାଏ।
ହେଲେ ନିରୋଳାରେ ଭାରି
ଦେଖିବାକୁ ଇଚ୍ଛା ହୁଏ
ଦେଖିବାକୁ ସେହି
ରଫ୍ ଖାତାକୁ ଆଉ ବାକି ଖାତାକୁ
ପୁରୁଣା ଦିନକୁ ଆଉ ଭବିଷ୍ୟତକୁ।
