STORYMIRROR

pranati Mahapatra

Others

4  

pranati Mahapatra

Others

ରଫ୍ ଖାତା ଆଉ ବାକିଖାତା

ରଫ୍ ଖାତା ଆଉ ବାକିଖାତା

1 min
435


କିଛି ଦିନ କଟିଗଲା ରଫ୍ ଖାତାରେ,

ଏଣୁ ତେଣୁ ଗାରେଇ ଗାରେଇ ଚାଲିଲେ

ହୁଏତ ନିଜ ଅଜାଣତରେ।

ଏବେ ଆଉ ବୋଧହୁଏ କିଛି ଆବଶ୍ୟକ ନାହିଁ ତା'ର

କାହିଁକି ନା 

କିଛି କଥା କିଛି ବ୍ୟଥା 

ବୁଝିବାର ବୟସ ହୋଇ ଯାଇଛି।

ଆଉ ଏକ ନୂଆ କିଛି

ଏବେ ସବୁ କିଛି ବାକି ଖାତା

ସବୁ ତ ଲେଖା ହୁଏ

ଅସୁଲ ନ ଥାଏ।

କେବେ ହେବ କି ନହେବ 

ତାର ବି କିଛି ଠିକ୍ ଠିକଣା ନଥାଏ।

ହେଲେ ନିରୋଳାରେ ଭାରି

ଦେଖିବାକୁ ଇଚ୍ଛା ହୁଏ

ଦେଖିବାକୁ ସେହି

ରଫ୍ ଖାତାକୁ ଆଉ ବାକି ଖାତାକୁ

ପୁରୁଣା ଦିନକୁ ଆଉ ଭବିଷ୍ୟତକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍