ରୋଗ
ରୋଗ
ଉଜ୍ଜ୍ୱଳ ଚକିତ ଶରୀର ଆମରି
ଯନ୍ତ୍ରଣାରେ ଜଡ ବଡ;
ତନୁ ମନ ହରି ଶ୍ରୀମନ୍ତ ସିରିରେ
ଯାତନା ପୀଡାର ଜଡ::
ସୁସ୍ତ ଜନ ସୁଖ ଚପଳ ତନୁରେ
କାର୍ଯ୍ୟରତ ସଦା ଲୟେ;
ଅସୁସ୍ଥ ଶରୀର ଦାରୁଣ ବେଦନା
ଜୀବନ ପାଇଁକି ଭୟେ::
କାମନାରୁ ଦୁଃଖ ଦୁଃଖରୁ ଯନ୍ତ୍ରଣା
ଯନ୍ତ୍ରଣାରୁ ଜାତ ରୋଗ;
କାମନା ବିନାଶେ ଦୁଃଖର ବିନାଶ
ସୁଖକୁ କରିବେ ଭୋଗ::
ଧୂମ୍ରପାନେ ରୋଗ ଲଭନ୍ତି ମାନବ
ଲଭନ୍ତି ଦାରୁଣ ବେଦନା;
ମଦ୍ୟପାନ ଜନେ ଦେଇଥାଏ ପୀଡା
ଶରୀରକୁ ନଷ୍ଟ ଯାତନା::
କେମିକାଲ ଯୁକ୍ତ ଗୁଡାଖୁ ଦୁକୁଟା ଆଉ
ଗୁଟୁଖା ସିଗାରେଟ ପାନ;
ଖଇନି ଚାରକ ଗଂଜେଇ ଅଫିମ
ନିଏସେ ମାନବ ଜୀବନ::
ଦୁରେଇ ରହିଲେ ନିଶାଦ୍ରବ୍ୟ ଠାରୁ
ରୋଗ ନ ଗ୍ରାସଇ ମାନବେ;
ଖଳ ପ୍ରକୃତିରୁ ସୃଷ୍ଟିହୁଏ ରୋଗ
ପ୍ରକୃତିକୁ ଛାଡ଼ ସରବେ::
ମିଥ୍ୟା ହିଂସା ଘୃଣା ଆଉ ଦ୍ଵେଷଭାଵ
ଅଟେ ରୋଗର କାରଣ;
ବାୟୁ ଭୂମି ଶବ୍ଦ ପ୍ରଦ୍ୟୁଷଣ ଦିନେ
ନେବ ମାନବର ଜୀବନ::
ଜାଗରେ ମାନବେ ଭଦ୍ରଶିଷ୍ଟ ହୋଇ
କର ମାନବର ସେବା;
ସେବା ରେ ବିଦ୍ୟ ଶାନ୍ତି ମୁକ୍ତି
ନିଶ୍ଚୟ ନିରୋଗ ହେବା::
ମହେଶ୍ୱର ସାହୁ
